Select Page

କଳାହାଣ୍ଡି ୧୯/୦୯: ଆଉ କିଛି ଦିନ ପରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା। ଏଥିରେ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ସେଥିପାଇଁ ସୋମବାର କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଛତର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରଶାସନିକ ବିଭାଗୀୟ ଅଧିକାରୀ ଓ କଳାହାଣ୍ଡି ରାଜ ପରିବାରର ସଦସ୍ୟମାନେ ଯୋଗଦେଇଥିଲେ। ଏଥିରେ  ଛତର ଯାତ୍ରାର ସମସ୍ତ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି । ଏହି ବୈଠକର ଅଧ୍ୟକ୍ଷତା କଳାହାଣ୍ଡି ଜିଲ୍ଲାପାଳ ପିଅନ୍ୱେଶା ରେଡ୍ଡି କରିଛନ୍ତି।

କଳାହାଣ୍ଡି ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁବିଭିନ୍ନଦାୟିତ୍ୱ ଦେଇଥିଲେ। ଛତର ଯାତ୍ରାରେ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଆରକ୍ଷି ଅଧିକ୍ଷକଙ୍କୁ (ଏସପି)  ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କେଉଁ ସମୟରେ କେଉଁ ପୂଜକମାନେ ରହିବେ ଏବଂ କେତୋଟି ଘୁମୁରା ଦଳ ଭାଗ ନେବେ ସେ ନେଇ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ଯାଏଁ ରାସ୍ତାର ମରାମତି ଓ ସଫେଇ ପାଇଁ ଆର୍‌ବି ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟଜଳ ବ୍ୟବସ୍ଥା ବ୍ୟବସ୍ଥା ଏବଂ ସ୍ୱଚ୍ଛତା ବ୍ୟବସ୍ଥାର ଦାୟିତ୍ୱ ମ୍ୟୁନିସିପାଲିଟି ପରିଚାଳନା ଅଧିକାରୀଙ୍କୁ ଦିଆଯାଇଛି।

ଅନ୍ୟପଟେ  ଯାତ୍ରାଦିନ ଭକ୍ତମାନଙ୍କ ଚିକିତ୍ସା ଓ ଆମ୍ବୁଲାନ୍ସର ଦାୟିତ୍ୱ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କୁ ଦିଆଯାଇଛି। ଏହି ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ  କଳାହାଣ୍ଡି ଜିଲ୍ଲାପାଳ ଆରକ୍ଷି ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମସ୍ତ ବିଷୟରେ ଲୋକମାନଙ୍କୁ ସଚେତନ ତଥା ଜଣାଇବା ପାଇଁ ପାଇଁ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀଙ୍କୁ କୁହାଯାଇଛି। ଏହାପରେ ଛତର ଯାତ୍ରା ଦିନ ସମସ୍ତ  ସରକାରୀ ଲାଇସେନ୍ସ ପାଇଥିବା ମଦଦୋକାନକୁ ବନ୍ଦ ରଖିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।