Select Page

ବଲାଙ୍ଗୀର ୧୫/୦୯: ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ। ବିବାହର ପ୍ରତିଶୃତି ଦେଇ  ଶାରୀରିକ ସମ୍ପର୍କ ରଖିଲେ। କିନ୍ତୁ ଯୁବତୀଙ୍କୁ ବାହା ହେଲେନି। ଫଳରେ ଯୁବତୀ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିଲେ। ପ୍ରେମିକାଙ୍କ ଦୁଃଖ ବୁଝିବା ବଦଳରେ ତାଙ୍କୁ ଗାଳିଗୁଲଜକରି ପ୍ରେମିକ ଜଣଙ୍କ ତାଙ୍କ ଘରୁ ତଡ଼ିଦେଇଛନ୍ତି। ପ୍ରେମିକାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି। ବଲାଙ୍ଗୀରର ମାଲପଡ଼ାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି।  

ଖବର ଅନୁସାରେ, ଏମଡି ଆଜମ ମଲିକ ନାମକ ବ୍ୟକ୍ତି ଜଣେ ବିହାର୍‌ର ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ତାଙ୍କ ସହିତ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ତାଙ୍କ ସହିତ କଥା ବାର୍ତ୍ତା ନକରି ସେ ତାଙ୍କୁ ଅନ୍ୟ କେଉଁଠି ବାହାହେବାକୁ କହୁଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ଏବେ ଆଜମ ଫୋଜିଙ୍କୁ ହଇରାଣ କରିବା ସହିତ ଅସୁବିଧାରେ ପକାଉଛନ୍ତି ବୋସି ତାଙ୍କ ପରିବାର ଲୋକ କହିଛନ୍ତି।

ଖବର ଅନୁସାରେ ଫୌଜୀ ତାଙ୍କ ମାଆ ଓ ଭିଣୋଇଙ୍କ ସହିତ ଆଜମକୁ ଦେଖାକରି ସମାଧାନ ପାଇଁ ବଲାଙ୍ଗୀର ଆସିଥିଲେ।  ଆଜମ ଦୋକାନ ବନ୍ଦ କରି ମା ଝିଅଙ୍କ ନାଁରେ ମିଛରେ ପୋଲିସ ପାଖରେ ଅଭିଯୋଗ କରିଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ଫୌଜୀର ସବୁ ପ୍ରମାଣ ଦେଖିବା ପରେ ତାଙ୍କୁ ଛାଡ଼ିବା ସହ ପାଟଣାରେ ଆଜମ ନାଁ ରେ ମାମଲା ରୁଜୁ କରିବାକୁ ପରାମର୍ଶ ଦେଇଛି l ଗୁରୁବାର ଦିନ ତମାମ ଆଜମଙ୍କ ଘର ଆଗରେ ତାଙ୍କୁ ଡାକି ସମାଧାନ ପାଇଁ ଚେଷ୍ଟା କରିଥିଲେ ଯୁବତୀ ଓ ତାଙ୍କ ପରିବାର ଚେଷ୍ଠା କରିଥିଲ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଯୁବତୀ ଓ ତାଙ୍କ ପରିବାର ବିହାର ଯାଇ ସେଠାରେ ମାମଲା ରୁଜୁ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯୁବତୀଙ୍କ ପରିବାର ବିହାର ଯିବାବେଳେ ଆଜମଙ୍କ ଭାଇ ଓ  ପୁଅ ଷ୍ଟେସନକୁ ଆସି କଥାବାର୍ତ୍ତା କରି କିଛି ଜିନିଷ ଦେବା ସହିତ ଝଗଡ଼ା କରୁଥିବା ଦେଖିବାକୁ ମିଳିଛିl