Select Page

ବିନିକା, ୨୧/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦାନିପାଲି ଛକଠାରେ ଥିବା ଏକ ଗଛ ତଳେ ଦୀର୍ଘଦିନ ହେବ ଆଶ୍ରୟ ନେଇଥିବା ଜଣେ ଅସହାୟ ବୃଦ୍ଧଙ୍କୁ ବିନିକା ବିଡିଓ ବ୍ୟାସଦେବ ବେହେରା ଉଦ୍ଧାର କରିଛନ୍ତି । ବିଡିଓ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୀର୍ଘ ଦିନ ହେବ ରାସ୍ତା କଡ଼ର ଏକ ଗଛ ତଳେ ପଲିଥିନ ପକାଇ ରହୁଥିଲେ l ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଖାଦ୍ୟ ଦେବା ସାଙ୍ଗକୁ ନିକଟରେ ଥିବା ଦାନିପାଲି ଗ୍ରାମବାସୀ ମଧ୍ୟ ତାଙ୍କୁ ଖାଦ୍ୟ ଦେଇଥାନ୍ତି l ଧିରେ ଧୀରେ ବୃଦ୍ଧ ଜଣକ ଅସୁସ୍ଥ ହେବା ସହ ଯାତାୟତ ଆଦୌ ନକରିବାରୁ ଦୁର୍ବଳ ହୋଇ ଯାଇଥିଲେ l

ବିନିକା ବିଡିଓ ନିଜ କର୍ଯ୍ୟାଳୟରେ ଥିବା ସମୟରେ ଖବର ପାଇ ହଠାତ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ସହ ଆଲୋଚନା କରିଥିଲେ l ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବିନିକା ଡାକ୍ତରଖାନାକୁ ପହଞ୍ଚାଇଛନ୍ତି l ବୃଦ୍ଧଙ୍କର ନାମ କଣ, କେଉଁ ସ୍ଥାନରୁ ଆସିଛନ୍ତି, ଘର କେଉଁଠି, ପରିବାର ଅଛନ୍ତି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ l ଆବଶ୍ୟକ ସ୍ଥଳେ ତାଙ୍କର ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।