Select Page

ବୌଦ୍ଧ: ପୁଣି ଅସମ୍ମାନିତ ହେଲେ ଜଗତର ନାଥ ଜଗନ୍ନାଥ । ଏଥର କିନ୍ତୁ କୌଣସି ବ୍ୟକ୍ତି ବିଶେଷ ନୁହେଁ ବରଂ ଖୋଦ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥଙ୍କୁ କରାଯାଇଛି ଅସମ୍ମାନ । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ବୌଦ୍ଧ ଜିଲ୍ଲାପାଳଂକ କର୍ଯ୍ୟାଳୟର ପ୍ରଥମ ମହଲାରେ  ଗୋଟିଏ କୋଣରେ ଏହିଭଳି ପଡିରହିଛନ୍ତି ଜଗନ୍ନାଥ। ସୋଲରେ ପ୍ରସ୍ତୁତ ହୋଇଥିବା ଜଗନ୍ନାଥଂକ ଏହି ଦରଭଂଗା ମୂର୍ତ୍ତିକୁ ଛାତ ଉପର ଏକ କୋଣରେ ଏହିଭଳି ଆଲୋଡ଼ା ଭାବେ ପକାଇ ଦିଆଯାଇଥିବା ଦେଖିବାକୁ ମିଳିଛି । କିଛିଦିନ ପୁର୍ବରୁ ଗୋଟିଏ ଟେଣ୍ଟ  ମାଲିକ ଟେଣ୍ଟ ସାମଗ୍ରୀ ସହ ଗାଡି ପଛରେ ଜଗନ୍ନାଥଂକୁ ବାନ୍ଧି ନେଉଥିବା ଭିଡିଓ ଭାଇରାଲ ହୋଇଥିଲା । ଘଟଣା ପରେ ସଂପୃକ୍ତ ଟେଣ୍ଟ ମାଲିକ ଓ କର୍ମଚାରୀ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଥିଲେ । ଏବେ ପୁଣିଥରେ ଜଗତର ନାଥ ଜଗନ୍ନାଥଂକୁ ଏଭଳି ଅସମ୍ମାନ ଭକ୍ତଙ୍କ ଭାବାବେଗକୁ ଆଘାତ କରିବ ନିଶ୍ଚୟ।

https://www.youtube.com/check out?v=G1E6IVigecI