Select Page

ପୁରୁଷୋତ୍ତମପୁର: ଦୁର୍ନୀତିଖୋର ଯନ୍ତ୍ରୀ ଓ ଠିକାଦାରଙ୍କ ଏଟିଏମ ସାଜିଛି ଆର୍ଥିକ ଅନଗ୍ରସର ଲୋକଙ୍କୁ ରୋଜଗାର ଯୋଗାଉଥିବା ସରକର ଙ୍କ ମନେରେଗା ଯୋଜନା l ଏହି ଯୋଜନା ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ପାଇକଯମୁନା ପଞ୍ଚାୟତର ଲୋକଙ୍କୁ ରୋଜଗାର ଦେବା ବଦଳେ ବାହୁବଳୀ ଠିକାଦାର ଓ ଦୁର୍ନୀତିଖୋର ଯନ୍ତ୍ରୀଙ୍କୁ ସରକାରୀ ଟଙ୍କା ଚଳୁ କରିବାର ଦେଇଛି ନୂଆ ବାଟ। ଫଳକର ନାମ ବଦଳେଇ ଟଙ୍କା ହଡପ କରିବାକୁ ପଛାଉ ନାହାନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ।

ସୂଚନା ଅନୁଯାୟୀ,  ପଞ୍ଚାୟତର ବଣପଲ୍ଲୀ ନିକଟ ଗୁଡି଼ବନ୍ଧର ପୁନଃରୁଦ୍ଧାର ଓ ଉନ୍ନତି କରଣ ଲାଗି ୨୦୧୭ ଆର୍ଥିକ ବର୍ଷରେ ମନେରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ବିଲ ହୋଇଥିଲା। ତେବେ ଏହାର କିଛିବର୍ଷ ନବିତୁଣୁ ପୁଣି ଚଳିତ ଆର୍ଥିକ ବର୍ଷରେ ଏହି ପୋଖରୀର ନାମ ପରିବର୍ତ୍ତନ କରି ମନେରେଗାରେ ଅମୃତ ସରୋବର ଯୋଜନା କରାଯାଇ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ମିଳିଛିl ତେବେ ଏହି ପୋଖରୀରେ କୌଣସି କାର୍ଯ୍ୟ ନକରାଯାଇ ତାର ବାରମ୍ବାର ନାମ ପରିବର୍ତ୍ତନ କରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସରକାରୀ ଟଙ୍କା ଚଳୁ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l

ଏହି ଅମୃତ ସରୋବର ଯୋଜନାଟିର ଗତ ଜୁଲାଇ ମାସରେ ବ୍ଲକ ଅଧ୍ୟକ୍ଷା ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଶୁଭ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଯୋଜନା ବାବଦକୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇସାରିଛି l ଆଶ୍ଚର୍ଯ୍ୟର ବିଷୟ ଭିତ୍ତିପ୍ରସ୍ତରରେ ରହିଥିବା ସୂଚନାରେ ଯୋଜନାର ଅଟକଳ ମୂଲ୍ୟ ଛଡା ଅନ୍ୟ କୌଣସି ବିଷୟ ଲେଖାଯାଇନାହିଁ l ତେବେ ଏଠି ପ୍ରଶ୍ନ ଉଠୁଛି  ଆର୍ଥିକ ବର୍ଷ ସହିତ କାର୍ଯ୍ୟ ସମ୍ବନ୍ଧରେ କୌଣସି ସୂଚନା ନଥିବା ଫଳକ ଅଧକ୍ଷା ଉଦଘାଟନ କଲେ କିପରି ? କାହିଁକି ଲୋକଙ୍କୁ ଭୁଆଁ ବୁଲାଇବାକୁ ଏମିତି ପ୍ରୟାସ କରିଛି ବ୍ଲକ ପ୍ରଶାସନ ? ଏହି ଦୁର୍ନୀତି ପଛରେ ବ୍ଲକ ପ୍ରଶାସନ ର ମଧ୍ୟ ରହିଛିକି ହାତ? ତେବେ ଏହି ଯୋଜନା ହରିଲୁଟ ପଛରେ ପଞ୍ଚାୟତ ର ଯନ୍ତ୍ରୀ ଙ୍କ ସମେତ ଠିକାଦାର ସମ୍ପୃକ୍ତ ଥିବା ଆଲୋଚନା ହେଉଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।