Select Page

ଆନନ୍ଦପୁର ୨୧/୦୯: ତହସିଲଦାରଙ୍କ ଦୁର୍ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ। ଏପରି ଘଟଣା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ଦେଖିବାକୁ ମିଳଛି। ସୂଚନାଥାଉକି, ମଙ୍ଗଳବାର ୨ଟି ବେଆଇନ ବାଲି ବୋଝେଇ ହାଇୱା ଜବତ ଜବତ ହୋଇ ଅଫିସ୍‌  ଆଗରେ ରହିଥିଲା।

ଖବର ଅନୁସାରେ, ସେହି ତହସିଲ କାର୍ଯ୍ୟାଳୟ ପାଖରେ ମନୋଜ ରଣାଙ୍କ ଘର। ମନୋଜ ମଙ୍ଗଳବାର ରାତିରେ ଜବତ ହୋଇଥିବା ହାଇୱା ପାଖରେ ଛିଡ଼ା ହୋଇ ତାର ଭିଡିଓ ରେକର୍ଡିଂ କରୁଥିଲେ। ଏତିକି ବେଳେ ତହସିଲଦାର କାହିଁକି ଫୋଟୋ ଉଠାଉଚ କହି ଖରାପ ଭାଷାରେ ମନୋଜଙ୍କୁ ଗାଳିଗୁଲଜ କରିଥିଲେ। ପରେ ଅତିରିକ୍ତ ତହସିଲଦାର ଆସି ମନୋଜଙ୍କୁ କାର୍ଯ୍ୟାଳୟ ଭିତରକୁ ଟାଣିନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଆଜି ୫୩ ନମ୍ୱର ରାଜ୍ୟ ରାଜପଥର ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ତହସିଲଦାର ଓ ଅତିରିକ୍ତ ତହସିଲଦାର ମନୋଜଙ୍କୁ ଋଭୁଲ୍ ମାଗିବାକୁ ସେମାନେ ଦାବି କରୁଥିବା ବେଳେ ନନ୍ଦିପଦା ପୋଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା ରଖିଛି। ଅନ୍ୟପଟେ ତହସିଲଦାର ଓ ଅତିରିକ୍ତ ତହସିଲଦାର ତହସିଲ କାର୍ଯ୍ୟାଳୟରେ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।