Select Page

ଆଠଗଡ଼, ୨୨/୦୯: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଶାଳବଣି ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଯୁବକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତକ ଜଣଙ୍କ ନୂଆପାଟଣା ମୁଣ୍ଡିଆ ସାହିର ଅଜୟ କୁମାର ଗୋଛି (୩୫) ବୋଲି ସୂଚନା ମିଳିଛି । ସେ ଋଣଭାରରେ ବୁଡ଼ି ରହିଥିଲେ ଏବଂ ବାରମ୍ବାର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ପାରିବାର ଲୋକେ ପୋଲିସକୁ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।