Select Page
ଟ୍ରାଙ୍କୁଲାଇଜ୍ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ, ଆଠଗଡ଼ ରେଞ୍ଜ ଖୁଣ୍ଟୁଣି ଅଭିମୁଖେ ହାତୀ

ଟ୍ରାଙ୍କୁଲାଇଜ୍ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ, ଆଠଗଡ଼ ରେଞ୍ଜ ଖୁଣ୍ଟୁଣି ଅଭିମୁଖେ ହାତୀ


ଚୌଦ୍ୱାର ୨୯।୦୯ : ଟ୍ରାଙ୍କୁଲାଇଜ୍‌ ହେଲା  ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ । ଏହାପରେ ହାତୀ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି। ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।

ଖବର ଅନୁଯାୟୀ,  ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ l ବୁଧବାର ହାତୀଟିକୁ ନିସ୍ତେଜ୍ କରାଯାଇଥିଲେ ମଧ୍ୟ ରାତି ଏବଂ ଜନଗହଳି ପାଇଁ ହାତୀଟିକୁ ସ୍ଥାନାନ୍ତର କରାଯାଇପାରିନଥିଲା। ସେଥିପାଇଁ ପୁଣି ଗୁରୁବାର ସକାଳୁ ହାତୀଟିକୁ ଦୁଇଟି ଟ୍ରାଙ୍କୁଲାଇଜ କରାଯାଇ ବେହୋସ୍ କରାଯାଇଥିଲା। ହାତୀଟି ବେହୋସ୍ ହେବାପରେ ତାକୁ ବେଲ୍ଟ ସହାୟତାରେ ବାନ୍ଧି ହାଇଡ୍ରା ଓ ଜେସିବି ଜରିଆରେ ହାଇୱା ଉପରକୁ ଉଠାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ଟିମ୍, ଚନ୍ଦକା ଡିଏଫଓ, କଟକ ବନ ବିଭାଗ ଓ ଫୁଲନଖରା ରେଞ୍ଜର, ଜଗତପୁର ପୋଲିସ ର ଉଦ୍ୟମରେ ହାତୀଟିକୁ ଉଦ୍ଧାର କରାଯାଇ ଆଠଗଡ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟୁଣିରେ ଛଡ଼ାଯିବ ବୋଲି କହିଛନ୍ତି କଟକ ଏସି ଏଫ୍ ଅନନ୍ତ କୁମାର ପ୍ରଧାନ।

ରକ୍ତ ତିର୍ଥ ଇରମରେ ୮୦ ତମ ଶହିଦ ଦିବସ ପାଳିତ ଶହୀଦଙ୍କ ଉଦ୍ଦେଶ୍ୟରେ ଦିଆଗଲା ତୋପ ସଲାମି

ରକ୍ତ ତିର୍ଥ ଇରମରେ ୮୦ ତମ ଶହିଦ ଦିବସ ପାଳିତ ଶହୀଦଙ୍କ ଉଦ୍ଦେଶ୍ୟରେ ଦିଆଗଲା ତୋପ ସଲାମି


ଭଦ୍ରକ ୨୮/୦୯: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଇରମ ଶହୀଦ ପଡ଼ିଆରେ ବୁଧବାର ୮୦ ତମ ଶହୀଦ ଦିବସ ପାଳନ କରାଯାଇଛି। ଏହି  ଅବସରରେ ସକାଳେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ବୋନ୍ଦାରଙ୍କ ସହିତ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ, ବିଡିଓ ସତ୍ୟଜିତ୍ ରାଉତ ପ୍ରମୁଖ ଯୋଗଦେଇ ସହିଦଙ୍କ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୂର୍ବାହ୍ଣ ୧୧ ଟା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ସହୀଦମାନଙ୍କ ଉଦ୍ଦେଶ୍ୟରେ ତୋପ ସଲାମି ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମିନ୍ନା ଓ ଏସଡିପିଓ ଉପସ୍ଥିତରେ ସହିଦମାନଙ୍କୁ ତୋପ ସଲାମି ଦିଆଯାଇଥିଲା। ପରେ ବିଭିନ୍ନ ଦଳ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହୀଦଙ୍କ ସମାଧି ପିଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲେ। ପରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧକ୍ଷକ ଏସପି ମିନ୍ନା ଯୋଗଦେଇ ଶହୀଦ ପରିବାରକୁ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ। ଏହି ଅବସରରେ ମଧ୍ୟ ଏକ ରକ୍ତଦାନ ଶିବିର କରାଯାଇଥିଲା।

ଚିଙ୍ଗୁଡ଼ି ଫାର୍ମରେ ଅଘଟଣ, ଗ୍ୟାସ୍‌ ଲିକ୍‌ ହେବାରୁ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଅଚେତ

ଚିଙ୍ଗୁଡ଼ି ଫାର୍ମରେ ଅଘଟଣ, ଗ୍ୟାସ୍‌ ଲିକ୍‌ ହେବାରୁ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଅଚେତ


ସୋର, ୨୮।୦୯: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ହାଇଲାଣ୍ଡ ଚିଙ୍ଗୁଡ଼ି ଫାର୍ମରେ ଅଘଟଣ l ଗ୍ୟାସ ଲିକ୍‌ ହୋବା କାରଣରୁ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆଚେତ ହୋଇଯାଇଥିବା ଜଣାପଡ଼ିଛି l ଗୁରୁତର ଶ୍ରମିକଙ୍କୁ ଖନ୍ତାପଡ଼ା ଡାକ୍ତରଖାନରୁ ବାଲେଶ୍ୱରର ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା, ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା, ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ


କଟକ ୨୮।୦୯: ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା । ବ୍ୟବସ୍ଥା ନଥାଇ ଡେଡ୍‌ ଲାଇନ୍‌କୁ ନାପସନ୍ଦ କଲେ ହାଇକୋର୍ଟ । ମାନ୍ୟବର କୋର୍ଟ କହିଛନ୍ତି ଯେ, ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନ୍‌ଲାଇନ୍‌ ବ୍ୟବସ୍ଥା ନାହିଁ । HSRP ରେ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ। ଏଥିପାଇଁ  କ ଣ ବିକଳ୍ପ ବ୍ୟବସ୍ଥା କରାଯିବ । ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ରେ ମାମଲାର ପରବର୍ତ୍ତୀ ଶୁଣାଣି ।  

ସୂଚନାଯୋଗ୍ୟ ଯେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ନୂଆ ନିୟମ ଆଣିଥିଲା ପରିବହନ ବିଭାଗ । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍‌ ଦେବାରୁ ଚାଳକ ବର୍ତ୍ତିବେ । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚାଳକ ଫାଇନ୍‌ରୁ ବର୍ତ୍ତିବେ ବୋଲି କହିଛି ବିଭାଗ । ୧ କିମ୍ବା ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି । ଅର୍ଥାତ ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ସେହିଭଳି ୩ ଓ ୪ ସରୁଥିବା ନମ୍ବର ପାଇଁ ଡେଡଲାଇନ ହେଉଛି ୩୦ ସେପ୍ଟେମ୍ବର । ୫ ଓ ୬ ସରୁଥିବା ନମ୍ବର ପାଇଁ ଡେଡଲାଇନ ଅକ୍ଟୋବର ୩୧ ଏବଂ ୭ ଓ ୮ ସରୁଥିବା ନମ୍ବର ପାଇଁ ଡେଡଲାଇନ ନଭେମ୍ବର ୩୦ । ୯ ଏବଂ ୦ ସରୁଥିବା ନମ୍ବର ପାଇଁ ଡେଡଲାଇନ ଡିସେମ୍ବର ୩୧ ରଖାଯାଇଛି ।

ଯାଜପୁର କଳିଙ୍ଗ ନଗର ଶିଳ୍ପାଞ୍ଚଳ ଗସ୍ତ କରି ଫେରିଲେ ବିଧାନସଭା ଗୃହ କମିଟି

ଯାଜପୁର କଳିଙ୍ଗ ନଗର ଶିଳ୍ପାଞ୍ଚଳ ଗସ୍ତ କରି ଫେରିଲେ ବିଧାନସଭା ଗୃହ କମିଟି


ଯାଜପୁର ରୋଡ଼ ୨୭/୦୯: ମଙ୍ଗଳବାର ବିଧାନସଭାର ଏକ ଗୃହ କମିଟି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତରେ ଆସି ଫେରିଛନ୍ତି। ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି କଳିଙ୍ଗନଗର ଗସ୍ତ କରିଥିଲା। ବଦ୍ରି ନାରାୟଣ ପାତ୍ରଙ୍କ ସହ ଏହି କମିଟିରେ ବିଧାୟକ ଅମର ପ୍ରସାଦ ଶତପଥୀ, ସାରଦା ପ୍ରସନ୍ନ ନାୟକ, ମୀନାକ୍ଷୀ ମହାନ୍ତ ଓ ମନୋହର ରାନ୍ଧାରୀ ପ୍ରମୁଖ ସାମିଲ ଥିଲେ। କମିଟି ସକାଳେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପହଞ୍ଚି ବିଭିନ୍ନ କାରଖାନା ପରିଦର୍ଶନ କରିବା ସହ ପ୍ରଦୂଷଣ ଓ ପରିବେଶ ସଂକ୍ରାନ୍ତିୟ ସମସ୍ୟା ଉପରେ ତଦାରଖ କରିଥିଲେ।

ପରେ ଜିନ୍ଦଲ ଷ୍ଟେନଲେସ୍ କାରଖାନା ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ କାରଖାନାର ପ୍ରଦୂଷଣ ସମସ୍ୟା ଉପରେ ସମୀକ୍ଷା କରି ଏହି କମିଟି ଭୁବନେଶ୍ଵର ଫେରିଛି। ଗୃହ କମିଟିର ଏହି ଗସ୍ତରେ ଯାଜପୁର ଜିଲ୍ଲାପାଳଙ୍କ ସହିତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ଡି.ଏଫ.ଓ, ସ୍ଥାନୀୟ ବନବିଭାଗ ଅଧିକାରୀ ଓ ବିଭିନ୍ନ କାରଖାନାର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ପାଚିକା ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗାଁ ଲୋକ

ପାଚିକା ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଲେ ଗାଁ ଲୋକ


ଆଠମଲ୍ଲିକ ୨୭/୦୯: ଶେଷରେ ଅଙ୍ଗନୱାଡ଼ି ପାଚିକା ନିଯୁକ୍ତିରେ ବି ଲାଞ୍ଚ କାରବାର। ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଟୁସର ଅଙ୍ଗବାଡି କେନ୍ଦ୍ରରେ ଘଟିଛି। ପାଚିକା ସହାୟକା ନିଯୁକ୍ତିରେ ଆଠମଲ୍ଲିକ ସିଡିପିଓ ଲାଞ୍ଚ ନେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଅନିୟମିତତାକୁ ବିରୋଧ କରି ଅଙ୍ଗୱାଡ଼ିରେ କେନ୍ଦ୍ରରେ ଗାଁ ମହିଳାମାନେ ତାଲା ପକାଇଛନ୍ତି।

ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ପାଖରେ ଥିବା ଟୁସର ଅଙ୍ଗବାଡ଼ି କେନ୍ଦ୍ର ଗତ ସୋମବାରରୁ ବନ୍ଦ ପଡିଛି। ପିଲାଙ୍କ ଶିକ୍ଷା ଦାନ ବ୍ୟାହତ ହେଇଛି। ଆଠମଲ୍ଲିକ ସିଡିପିଓ ତରଙ୍ଗିନୀ ମିର୍ଧା ନିଜ ଇଚ୍ଛା ମୁତାବକ ସହାଇକାକୁ ନିଯୁକ୍ତି ଦେଇଥିବାରୁ ଲୋକ ଅଙ୍ଗବାଡିରେ ତାଲା ପକାଇଛନ୍ତି। ଗ୍ରାମସଭାର ଓ ଦଶଗୃପର ସମର୍ଥତକଙ୍କୁ  ନିଯୁକ୍ତି ନଦେଇ ଆଠମଲ୍ଲିକ ସିଡିପିଓ ଯେଉଁ ପାଚିକାଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ବେଆଇନ। ତେଣୁ ସେମାନେ ତାଙ୍କ ସମର୍ଥିତ ମହିଳାଙ୍କୁ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଅଙ୍ଗନୱାଡି ତାଲା ପଡି ବନ୍ଦ ରହିବ ବୋଲି ଗ୍ରାମବାସୀ କହିଛନ୍ତି।

ଅଙ୍ଗନବାଡି କେନ୍ଦ୍ରର କିଛି ପିଲାଙ୍କୁ ନୂଆ ନିଯୁକ୍ତି ପାଇଥିବା ପାଚିକା ପଞ୍ଚାୟତରେ ବସାଇ ପାଠ ପଢ଼ାଇବା ଦେଖି ଗାଁ ମହିଳା ସ୍ଥାନୀୟ ସରପଞ୍ଚକୁ  ଜଣାଇଥିଲେ। ପରେ ସରପଞ୍ଚ ଆଉ ପଞ୍ଚାୟତରେ ଅଙ୍ଗବାଡ଼ି ସେଣ୍ଟର ନଚଳାଇବା ପାଇଁ ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣା ବିଷୟରେ  ଆଠମଲ୍ଲିକ ଉପଜିଲ୍ଲାପାଳ ଓ ସିଡିପିଓଙ୍କୁ ଜଣାଇବା ପରେବି କିଛି ସୁଫଳ ମିଳିନଥିଲା।  ଯେବେ ପର୍ଯ୍ୟନ୍ତ ସିଡିପିଓ ଗାଁ କୁ ଆସି ଗାଁ ସଭାରେ ନିଯୁକ୍ତି ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଅଙ୍ଗବାଡିରେ ତାଲା ପଡିରହିବ ବୋଲି କୁହାଯାଇଛି। ଏହି ସମସ୍ୟାର ସମାଧାନ ନହେଲେ ଗାଁ ଲୋକମାନେ ଆଠମଲ୍ଲିକ ସିଡିପିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି କହିଛନ୍ତି।  ଅନ୍ୟପଟେ। ସିଡିପିଓ କାର୍ଯ୍ୟାଳୟ ରେ ରାହୁନାହାନ୍ତି। ଫୋନରେ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପତିକ୍ରିୟା ମିଳିପାରିନାହିଁ।