Select Page
ପ୍ରତାରଣା ସହିନପାରି ପ୍ରେମିକାର ଆତ୍ମହତ୍ୟା, ଧୋକାବଜ ପ୍ରେମିକକୁ ଗରିଫ କରିବାକୁ ଥାନା ଘେରିଲେ ଲୋକେ

ପ୍ରତାରଣା ସହିନପାରି ପ୍ରେମିକାର ଆତ୍ମହତ୍ୟା, ଧୋକାବଜ ପ୍ରେମିକକୁ ଗରିଫ କରିବାକୁ ଥାନା ଘେରିଲେ ଲୋକେ


ସମ୍ୱଲପୁର, ୨୭/୦୯: ବିବାହ ପ୍ରତଶୃତି ଦେଇ ପ୍ରେମିକ ଠକିଦେଵାରୁ ଆତ୍ମହତ୍ୟା କରିଛି ପ୍ରେମିକା । ଧୋକାବାଜ ପ୍ରେମିକକୁ ଗିରଫ ଦାବିରେ ଗାଁ ଲୋକେ ଥାନା ଘେରାଉ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ତୁରିପଡା ଗ୍ରାମର ପ୍ରିୟଙ୍କା ନାୟକଙ୍କର ସୋନପୁର ବିନିକା ଅଂଚଳର ସୁନିଲ ହରିଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଦୁହେଁ ବିବାହ ପାଇ ନିଷ୍ପତ୍ତି ନେଇଥିଲେ । ପରେ ପ୍ରେମିକ ସୁନିଲ ତାଙ୍କୁ ପ୍ରତାରଣା କରିବା ସହ ଧୋକା ଦେଇଥିଲା । ଯାହାକୁ ପ୍ରେମିକା ପ୍ରିୟଙ୍କା ସହି ନପାରି ଆତ୍ମହତ୍ୟା କରିଛନ୍ତି । ଧୋକାବାଜ ପ୍ରେମିକ ଓ ସହଯୋଗୀ ଵିରୋଧରେ ସଦର ଥାନାରେ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଗିରଫ କରିନଥିଲା । ଯାହାକୁ ନେଇ ଆଜି ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ସଦର ଥାନା ଘେରି ଉଭୟଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପରେ ପୋଲିସ ବୁଝାସୁଝା ପରେ ଧାରଣାରୁ ଗ୍ରାମବାସୀ ଓହରିଥିବା ଜଣାପଡ଼ିଛି |

ପ୍ରତ୍ୟକ୍ଷ ଦେବୀ ମାଆ ଭୂଦାର ଚଣ୍ଡୀ ମନ୍ଦିରରେ ନିଆରା ଢଙ୍ଗରେ ପାଳନ ହୁଏ ଦୁର୍ଗାପୂଜା ଓ ନବରାତ୍ରି ଜାଣନ୍ତୁ ମାଆଙ୍କ କିମ୍ୱଦନ୍ତୀ  

ପ୍ରତ୍ୟକ୍ଷ ଦେବୀ ମାଆ ଭୂଦାର ଚଣ୍ଡୀ ମନ୍ଦିରରେ ନିଆରା ଢଙ୍ଗରେ ପାଳନ ହୁଏ ଦୁର୍ଗାପୂଜା ଓ ନବରାତ୍ରି ଜାଣନ୍ତୁ ମାଆଙ୍କ କିମ୍ୱଦନ୍ତୀ  


ନୀଳଗିରି ୨୬/୦୯: ବାଲେଶ୍ଵର ଜିଲ୍ଲା ନୀଳଗିରି ସଜନାଗଡ଼ ଅଞ୍ଚଳରେ ବିରାଜମାନ ମା ଭୂଦାରଚଣ୍ଡୀ। ୪୦୦ ବର୍ଷର ସବୁଠାରୁ ପୁରୁଣା ମନ୍ଦିରରେ ମାଆ ଭୂଦାରଚଣ୍ଡୀଙ୍କୁ ଶ୍ରଦ୍ଧାଳୁମାନେ ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ମାନିଥାନ୍ତି। ମାଆଙ୍କୁ ମାନସିକ କଲେ ନିଜର ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଭଳି ବିଶ୍ୱାସ ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମାଆଙ୍କ ପାଖକୁ  ଦୌଡ଼ି ଆସନ୍ତି। ଏଠାରେ ଦୁର୍ଗାପୂଜା ଷୋଳସ ପୂଜା ହୋଇଥାଏ। ପ୍ରତ୍ୟେକ ଦିନ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜା ହୋଇଥାଏ।

ସୁବାସିତ ଜଳ ହଳଦୀ, ଚୁଆ, କର୍ପୁର, ଅଗରୁ, ଚନ୍ଦନ ମିଶା ସୁବାସିତ ଜଳରେ ମାଙ୍କୁ ସ୍ନାନ କରାଇବା ପରେ ପୂଜା କରାଯାଇ ନବ ବସ୍ତ୍ରରେ ଶ୍ରଦ୍ଧାଳୁଙ୍କୁ ୧୬ ଦିନ ମା ଦର୍ଶନ ଦିଅନ୍ତି। ସୋମବାର ଠାରୁ ଏଠାରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ସକାଳେ ମାର୍ଜନା ନୀତିପୂଜା ପରେ ଜପ, ସୂର୍ଯ୍ୟପୂଜା, ତର୍ପଣ ପୂଜା ପରେ ହୋମ ଯଜ୍ଞ ହୋଇଥାଏ। ଏହାପରେ ଚଣ୍ଡୀପାଠ,ଅନ୍ନଭୋଗ,ବାଳଭୋଗ ଲାଗିଥାଏ। ସୁବର୍ଣ୍ଣ ପାତ୍ରରେ ଆଳତି ନୀତିପୂଜା ସମାପନ ହୋଇଥାଏ। ଷୋଡ଼ଶ ପୂଜାରେ ଦୈନନ୍ଦିନ ମାନସିକଧାରୀମାନେ ପୂଜାର୍ଚ୍ଚନା କରି ଚଣ୍ଡୀପାଠ କରି ମାଆଙ୍କୁ ଆଶିଷ କାମନା କରନ୍ତି।

ସପ୍ତମୀ, ମହାଷ୍ଟମୀ ପୂଜା ବହୁ ଧୁମଧାମରେ ଏଠାରେ ପାଳନ ହୋଇଥାଏ। ବହୁ ଦୂରରୁ ଭକ୍ତମାନେ ଆସି ଡାଲା ଭୋଗ ଲଗାଇ ମାଙ୍କ ପାଖେ ପୂଜା କରନ୍ତି। ନବମୀ ପୂଜାପରେ ପରମ୍ପରା ଅନୁସାରେ ନୀଳଗିରି ରାଜା ପୂର୍ଣ୍ଣାହୁତି ପାଇଁ ଆସି ପୂଜା କରନ୍ତି।ଦଶହରାରେ କଳସି ବିସର୍ଜନ ପାଇଁ ମାଆଙ୍କ ସର୍ଦାର ଶ୍ରଦ୍ଧାଳୁଙ୍କ ମୁଣ୍ଡରେ କଳସୀ ଧରି ବାଜା ମହୁରୀ ବଜାଇ ନୀଳଗିରି ରାଜବାଟି ପରିସରରେ ଥିବା ରାଜପରିବାରଙ୍କ କୂଳଦେବୀ କନକଦୁର୍ଗାଙ୍କ ପାଖରେ ପହଞ୍ଚିଥାନ୍ତି। ଏହାପରେ ଶଙ୍କରାଖୁଣ୍ଟା ପୋଖରୀରେ ବିସର୍ଜନ ହୋଇଥାଏ।

ତେବେ ଏହି ଐତିହାସିକ ପୀଠକୁ ନେଇ ଅନେକ କିମ୍ୱଦନ୍ତି ରହିଛି। ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବେ ସଜନାଗଡ଼ରେ ଚାଷୀ ହଳ କରିବା ବେଳେ ଏକ ବିରାଟକାୟ ପଥର ବାଜି ଲଙ୍ଗଳ ମୁନ ମୋଡ଼ି ହୋଇଯାଇଥିଲା। ପରେ ମା ଭୂଦାରଚଣ୍ଡୀ ତତକାଳୀନ ରାଜା ବସନ୍ତ ଭୁଜଙ୍ଗ ମାନଧାତାଙ୍କୁ ସ୍ୱପ୍ନାଦେଶ ଦେଇଥିଲେ। ପରେ ମାଙ୍କୁ ଯେତେ ହଲାଇ ଅନ୍ୟତ୍ର ନେବାପାଇଁ ଚେଷ୍ଟା କଲେ ମଧ୍ୟ ମାଆ ଟିକେ ବି ହଲିନଥିଲେ। ଭୂମି ବିଦାରି ଆବିର୍ଭୂତ ହୋଇଥିବାରୁ ମା ଭୂଦାରଚଣ୍ଡୀ ନାମରେ ସେହିଦିନରୁ ସେଠାରେ ପୂଜା ପାଉଛନ୍ତି। ତତ୍କାଳୀନ ନୀଳଗିରି ରାଜା ମଧ୍ୟ ମାଆଙ୍କ ପାଇଁ ଗୋଟିଏ ସୁନ୍ଦର ମନ୍ଦିର ତିଆରି କରିବା ପରେ ସେବେଠାରୁ ମାଆଙ୍କୁ ଭକ୍ତମାନେ ପୂଜାକରି ଆସୁଛନ୍ତି।

ବିଜେଡି କାଉନସିଲରଙ୍କୁ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ, ସ୍ଥିତି ନିୟନ୍ତ୍ରଣ ବେଳେ ପୋଲିସ ଆହତ

ବିଜେଡି କାଉନସିଲରଙ୍କୁ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ, ସ୍ଥିତି ନିୟନ୍ତ୍ରଣ ବେଳେ ପୋଲିସ ଆହତ


ଭଦ୍ରକ: ବିଜେଡି କାଉନସିଲରଙ୍କୁ ସମର୍ଥକଙ୍କ ବିରୋଧ ଓ କଳାପତାକା ପ୍ରଦର୍ଶନ । ଏହି ସମୟରେ ଜୋତାଫିଙ୍ଗାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ବିରୋଧୀଙ୍କ  ଆକ୍ରମଣରେ କେତେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଭଦ୍ରକ ପୌରପାଳିକାର ୧୪ ନମ୍ବର ଓ୍ବାର୍ଡର କାଉନସିଲର ଭାବେ ଜଇରୁଦ୍ଦିନ ବିଜୟୀ ହୋଇଥିଲେ । କିନ୍ତୁ ପରବତ୍ତୀ ସମୟରେ ଜଇରୁଦ୍ଦିନ ବିଜେଡିରେ ଯୋଗଦେଇଥିଲେ । ଯାହାକୁ ନେଇ ତାଙ୍କର କିଛି ସମର୍ଥକ ଅସନ୍ତୁଷ୍ଟ ହୋଇଥିଲେ । ସୋମବାର ଜଇରୁଦ୍ଦିନ ବିଜେଡିର ଏକ ମିଟିଂରେ ଯୋଗଦେବାକୁ ବାଇକ ରାଲି କରି ଦଳୀୟ କର୍ମୀଙ୍କ ସହ  ଯାଉଥିବା ବେଳେ ଆକ୍ରମଣର ଶୀକାର ହୋଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି । ପରିସ୍ଥିତି ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି ।

ତୀର୍ଥ ଯାତ୍ରାକୁ ପରିବାର ସହ ବାହାରିଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ନାବାଳକର ଜୀବନ

ତୀର୍ଥ ଯାତ୍ରାକୁ ପରିବାର ସହ ବାହାରିଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ନାବାଳକର ଜୀବନ


ଘଟଗାଁ, ୨୬/୦୯: କେନ୍ଦୁଝର ଜିଲ୍ଲା ଘଟଗାଁ ଭାରତ ପେଟ୍ରୋଲ ପମ୍ପ ନିକଟସ୍ଥ ପୋଖରୀରେ ଗାଧେଇବା ବେଳେ ବୁଡିଯାଇ ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ କୋରାପୁଟ ଜିଲ୍ଲା ବିଏସପୁର ଥାନା ଅନ୍ତର୍ଗତ କମାତା ଗ୍ରାମର ଅଜିତ କୁମାର ଭଟ୍ଟଙ୍କ ୧୪ ବର୍ଷର ପୁଅ ଧୀରେନ କୁମାର ଭଟ୍ଟ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୧୧ ତାରିଖରେ କୋରାପୁଟ୍ ଏବଂ ନବରଙ୍ଗପୁର୍ ଜିଲ୍ଲାର କିଛି ପରିବାର ତୀର୍ଥ କରିବାକୁ ବାହାରିଥିଲେ । ଅଯୋଧ୍ୟା ରାମ ମନ୍ଦିର ଠାରୁ ଆରମ୍ଭ କରି ବଦ୍ରିନାଥ, କାଶୀ ଇତ୍ୟାଦି ଅନେକ ତୀର୍ଥସ୍ଥାନ ଭ୍ରମଣ କରି ଆଜି ମା ତାରିଣୀ ଦର୍ଶନ ପାଇଁ ଆସିଥିଲେ ।

ତେବେ ଧୀରେନ ମଧ୍ୟ ପରିବାର ଲୋକଙ୍କ ସହ ଏହି ତୀର୍ଥରେ ଆସିଥିଲେ । ଆଜି ଅପରାହ୍ନରେ ଉକ୍ତ ପୋଖରୀରେ ଗାଧୋଇସାରି ମା’ଙ୍କୁ ଦର୍ଶନ କରି ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥାନ୍ତେ । ଧୀରେନ୍ ପୋଖରୀରେ ଗାଧୋଇବା ବେଳେ ଅସାବାଧାନତା ଯୋଗୁ ବୁଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଧୀରେନକୁ ଉଦ୍ଧାର କରିଥିବା ବେଳେ ଚିକିତ୍ସା ପାଇଁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୬।୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୩୩୩୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୧୧ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୪ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୧୩ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ଜଣ, ସୋନପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨ଜଣ, ଷ୍ଟେଟ ପୁଲ୍‌ରୁ ୬ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୩୩୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୨୨୬୪୯ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୫୨୭୩୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଯୁବକକୁ ଭୁଜାଲିରେ ଆକ୍ରମଣ, ରସ୍ତା ଅବରୋଧ କଲେ ଗ୍ରାମବାସୀ

ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଯୁବକକୁ ଭୁଜାଲିରେ ଆକ୍ରମଣ, ରସ୍ତା ଅବରୋଧ କଲେ ଗ୍ରାମବାସୀ


ଜଳେଶ୍ୱର, ୨୫/୦୯: ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଯୁବକକୁ ଭୁଜାଲିରେ ଆକ୍ରମଣ ହୋଇଛି । ଭୁଜାଲି ଆକ୍ରମଣକୁ ବିରୋଧ କରି ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କଣ୍ଟାପାଳ ଗ୍ରାମରେ କିଛି ଦିନ ତଳେ ଭଗବତୀ ପୂଜାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ମାମଲା ହୋଇ ସମାଧାନ ମଧ୍ୟ ହୋଇଥିଲା ।

ତେବେ ଆଜି ଉକ୍ତ ଗଣ୍ଡଗୋଳକୁ କେନ୍ଦ୍ର କରି ସନ୍ଧ୍ୟା ସମୟରେ ପୂର୍ଣ୍ଣଚନ୍ଦ୍ର ମାହାନା ତାଙ୍କ ସ୍ତ୍ରୀଙ୍କ ସହିତ ବାଇକ ଯୋଗେ ବାଲିଆପାଳରୁ ଫେରୁଥିଲା ବେଳେ ସେହି ଗ୍ରାମର ତିନିଜଣ ଯୁବକ ଏକ ବାଇକରେ ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ  ଭୁଜାଲୀରେ ଆକ୍ରମଣ କରିଥିଲେ । ଭୁଜାଲିଟି ତାଙ୍କ ହାତରେ ବାଜି ଥିଲା ବେଳେ ପୂର୍ଣ୍ଣଚନ୍ଦ୍ର ଆହତ ହୋଇଥିଲେ । ଦୋଷୀକୁ ଗିରଫ କରିବା ଏବଂ ଭୁଜାଲି ଆକ୍ରମଣକୁ ବିରୋଧ କରି ଗ୍ରାମବାସୀ ବାଲିଆପାଳ କମର୍ଦା ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହିତ ଉତ୍ତେଜନା ଜାରୀ ରଖିଛନ୍ତି । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।