Select Page
ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୬।୦୯: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୬ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୨୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୩୩୩୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୮ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୫ଜଣ, କଟକ ଜିଲ୍ଲାରୁ ୧୧ଜଣ, ଦେଓଗଡ଼ ଜିଲ୍ଲାରୁ ୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ଜଣ, ଗଜପତି ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୪ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୧୩ଜଣ, ନୂଆପଡ଼ା ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୧୩ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୯ଜଣ, ସୋନପୁର ଜିଲ୍ଲାରୁ ୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୨ଜଣ, ଷ୍ଟେଟ ପୁଲ୍‌ରୁ ୬ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୩୩୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୨୨୬୪୯ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୫୨୭୩୩୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଯୁବକକୁ ଭୁଜାଲିରେ ଆକ୍ରମଣ, ରସ୍ତା ଅବରୋଧ କଲେ ଗ୍ରାମବାସୀ

ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଯୁବକକୁ ଭୁଜାଲିରେ ଆକ୍ରମଣ, ରସ୍ତା ଅବରୋଧ କଲେ ଗ୍ରାମବାସୀ


ଜଳେଶ୍ୱର, ୨୫/୦୯: ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ଯୁବକକୁ ଭୁଜାଲିରେ ଆକ୍ରମଣ ହୋଇଛି । ଭୁଜାଲି ଆକ୍ରମଣକୁ ବିରୋଧ କରି ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କଣ୍ଟାପାଳ ଗ୍ରାମରେ କିଛି ଦିନ ତଳେ ଭଗବତୀ ପୂଜାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଥାନାରେ ମାମଲା ହୋଇ ସମାଧାନ ମଧ୍ୟ ହୋଇଥିଲା ।

ତେବେ ଆଜି ଉକ୍ତ ଗଣ୍ଡଗୋଳକୁ କେନ୍ଦ୍ର କରି ସନ୍ଧ୍ୟା ସମୟରେ ପୂର୍ଣ୍ଣଚନ୍ଦ୍ର ମାହାନା ତାଙ୍କ ସ୍ତ୍ରୀଙ୍କ ସହିତ ବାଇକ ଯୋଗେ ବାଲିଆପାଳରୁ ଫେରୁଥିଲା ବେଳେ ସେହି ଗ୍ରାମର ତିନିଜଣ ଯୁବକ ଏକ ବାଇକରେ ଆସି ପୂର୍ଣ୍ଣଚନ୍ଦ୍ରଙ୍କୁ  ଭୁଜାଲୀରେ ଆକ୍ରମଣ କରିଥିଲେ । ଭୁଜାଲିଟି ତାଙ୍କ ହାତରେ ବାଜି ଥିଲା ବେଳେ ପୂର୍ଣ୍ଣଚନ୍ଦ୍ର ଆହତ ହୋଇଥିଲେ । ଦୋଷୀକୁ ଗିରଫ କରିବା ଏବଂ ଭୁଜାଲି ଆକ୍ରମଣକୁ ବିରୋଧ କରି ଗ୍ରାମବାସୀ ବାଲିଆପାଳ କମର୍ଦା ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହିତ ଉତ୍ତେଜନା ଜାରୀ ରଖିଛନ୍ତି । ଖବର ପାଇ ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ


ଉଦଳା, ୨୫/୦୯: ରାଜ୍ୟରେ ପୁଣି ହାତୀର ମୃତ୍ୟୁ । କପ୍ତିପଦା ବନାଞ୍ଚଳ ଅଧୀନ ନୋଟ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ଏକ ହାତୀ ଛୁଆର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଛୁଆର ମୃତଦେହକୁ ଉଦ୍ଧାର କରିଥିଲେ । ହାତୀ ଛୁଆଟି ଜଙ୍ଗଲ ଭିତରେ କାଦୁଅରେ ପୋତି ହୋଇ ଯାଇଥିବା ବେଳେ ତାର ମୁହଁ କାଦୁଅ ଭିତରେ ପଶି ରହିଥିଲା।

କିନ୍ତୁ ହାତୀଛୁଆ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଙ୍ଗଲ ଭିତରେ ହାତୀ ଗୋଷ୍ଠୀ ମଧ୍ୟରେ ଲଢେଇ ହେଉ କିମ୍ୱା କାଦୁଅରେ ହାତୀ ଛୁଆଟି ଫଶି ଯାଇ ଆଉ ବାହାରି ନପାରି ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀର ମୃତଦେହକୁ ବିଭାଗ ଜବତ କରି ବ୍ୟବଛେଦ କରାଇ ପୋତି ଦେଇଛି। ତେବେ ହାତୀ ମୃତ୍ୟୁ ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି ।

କୁକୁଡ଼ା ଲଢେଇ ବେଳେ ଚଢାଉ, ୨୬ ଅଟକ

କୁକୁଡ଼ା ଲଢେଇ ବେଳେ ଚଢାଉ, ୨୬ ଅଟକ


ସୁନ୍ଦରଗଡ ୨୫।୦୯: ସୁନ୍ଦରଗଡ଼ ରାଜଗାଙ୍ଗପୁର ପୋଲିସକୁ ସଫଳତା । କୁକୁଡ଼ା ଲଢେଇ ଚାଲୁଥିବା ବେଳେ କଲା ଚଢାଉ । ଘଟଣାସ୍ଥଳରୁ ୨୬ଜଣଙ୍କୁ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି ।

ଖବର ଅନୁଯାୟୀ, ରାଜଗାଙ୍ଗପୁର ଥାନା ଲୁହାଖାନରେ କୁକୁଡ଼ା ଲଢେଇ ଚାଲିଥିଲା । ଏନେଇ ରାଜଗାଙ୍ଗପୁର ପୋଲିସ ଖବର ପାଇଥିଲା । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଚଢାଉ କରି ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରିଥିଲା । ୨୬ଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ ।

ସେହିପରି ଘଟଣାସ୍ଥଳରୁ ୧୫ରୁ ଅଧିକ ବାଇକ, ୧୯ଟି ମୋବାଇଲ ଏବଂ କୁକୁଡ଼ାକୁ ଜବତ କରିଛି । ଛତିଶଗଡ଼ ଓ ଝାଡ଼ଖଣ୍ଡରୁ ଆସି ଏଠାରେ କୁକୁଡ଼ା ଲଢେଇ କରୁଥିବା ଜଣାପଡିଛି ।

ମାସ ମାସ ଧରି ELରେ ଥିବା ଶିକ୍ଷୟିତ୍ରୀଙ୍କୁ ମିଳୁଛି ପ୍ରତି ମାସରେ ଦରମା, ଶିକ୍ଷା ବିଭାଗର ଏତେ ଅନୁକମ୍ପା କାହିଁକି ?

ମାସ ମାସ ଧରି ELରେ ଥିବା ଶିକ୍ଷୟିତ୍ରୀଙ୍କୁ ମିଳୁଛି ପ୍ରତି ମାସରେ ଦରମା, ଶିକ୍ଷା ବିଭାଗର ଏତେ ଅନୁକମ୍ପା କାହିଁକି ?


ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗରେ ଚାଲିଛି ଅଜବ ନୀତି l ଯେଉଁଠି ସରକାରୀ ନିୟମର ଖୋଲା ଖୋଲି ଉଲଂଘନ ହେଉଛି l ଯେଉଁମାନେ ମାସ ମାସ E.L ଛୁଟିରେ ଘରେ ରହିଛନ୍ତି, ସେହି ଶିକ୍ଷୟିତ୍ରୀଙ୍କୁ ଶିକ୍ଷା ବିଭାଗର ଅନୁକମ୍ପା ଦେଖାଇ ଦରମା ଦେଉଛନ୍ତି। ଏତେ ଅନୁକମ୍ପା ପଛରେ କାରଣ କଣ ? ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି। l ଏଭଳି ଅନୁକମ୍ପା ପାଇଁ  ଜିଲ୍ଲା ଶିକ୍ଷା ବିଭାଗ ବାରମ୍ବାର ଚର୍ଚ୍ଚାରେ ରହି ଆସୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମେଣ୍ଟ୍ରି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ଗ୍ରାମର  ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ଗୀତାଞ୍ଜଳୀ ଚାନ୍ଦ। ଗ୍ରୀଷ୍ମ କାଳୀନ ଛୁଟି ପରେ ଗତ ଜୁନ ୧୭ରୁ ସ୍କୁଲ ଖୋଲିଥିଲା। କିନ୍ତୁ ସ୍କୁଲ ଖୋଲିବା ଦିନଠାରୁ ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟର ପିଣ୍ଡା ମାଡ଼ି ନାହାନ୍ତି। ନିଜ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦର୍ଶାଇ କ୍ରୀଡା ଶିକ୍ଷୟିତ୍ରୀ ଜଣକ ଗତ ଜୁନ ମାସରେ ପୋଷ୍ଟାଲରେ ଇ.ଏଲ ପାଇଁ ମେଣ୍ଟ୍ରି ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇଥିଲେ।

ଏହିଭଳି ଗତ ଜୁନ ମାସରୁ ଚଳିତ ମାସ ସେପ୍ଟେମ୍ବର ପର୍ଯ୍ୟନ୍ତ ୪ ଥର ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ନିଜ ସ୍ଵାସ୍ଥ୍ୟର ଦ୍ଵାହି ଦେଇ ପୋଷ୍ଟାଲ ମାଧ୍ୟମରେ ଇଏଲ ପାଇଁ ଦରଖାସ୍ତ କରିଛନ୍ତି। ଏହି ବିଷୟରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜାଣି ମଧ୍ୟ ଶିକ୍ଷୟତ୍ରୀଙ୍କୁ ୩ ମାସ ହେବ ଅନୁକମ୍ପା ଦେଖାଇ ଆସୁଛନ୍ତି l ଏହାର ଫଳସ୍ୱରୂପ ଶିକ୍ଷୟିତ୍ରୀ ଜଣକ ଇଏଲ ରେ ଥିବା ସତ୍ୱେ ଜୁନ,ଜୁଲାଇ ଓ ଅଗଷ୍ଟ ଏହି ୩ ମାସର ଦରମା ପାଇଛନ୍ତି ଶିକ୍ଷୟିତ୍ରୀ। ଜିଲ୍ଲା ଶିକ୍ଷା ବିଭାଗକୁ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇଥିବା ବେଳେ ଶିକ୍ଷୟିତ୍ରୀ ଜଣକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଶାଶୁ ଘର ଲୋକ ନିର୍ଯ୍ୟାତନା  ଦେଉଥିବା ଏବଂ ସ୍ୱାମୀ ମଧ୍ୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା କାରଣରୁ ଶିକ୍ଷୟିତ୍ରୀଙ୍କୁ ତାଙ୍କ ବାପ ଘର ଭଦ୍ରକକୁ ବଦଳି କରିବା ପାଇଁ ନିବେଦନ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ଦୁଇଟି ଚରିତ୍ର ଘଟଣାକୁ ନେଇ ସନ୍ଦେହ ସୃଷ୍ଟି କରୁଛି।

ଅନ୍ୟପଟେ ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ, ଗୀତାଞ୍ଜଳି ଲମ୍ବା ଛୁଟିରେ ରହିଥିବା ଜାଣି ମଧ୍ୟ ଗତ ଜୁନ, ଜୁଲାଇ ଓ ଅଗଷ୍ଟ ମାସର ଦରମା ୩୮ ହଜାର ୯୮୧  ଟଙ୍କା ଲେଖାଏଁ ଅନୁକମ୍ପା ଦେଖାଇ ପ୍ରଦାନ କରିଛନ୍ତି l  ଅନ୍ୟପଟେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର କୁମାର ମିଶ୍ର ଶିକ୍ଷୟତ୍ରୀ ଗିତାଂଜଳୀ ଚାନ୍ଦଙ୍କ ଦରମା ନକରିବାକୁ ପ୍ରତିମାସରେ ସେ ଇଏଲରେ ରହିଥିବା ଷ୍ଟେଟମେଣ୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରୁଛନ୍ତି ବୋଲି କହିଛନ୍ତି l ଯାହାକୁ ନେଇଁ ବର୍ତ୍ତମାନନ ପ୍ରଶ୍ନ ଉଙ୍କି ମାରୁଛି ଯେ – ସବୁ ଅଧିକାରୀଙ୍କ ଜାଣତରେ କିଭଳି ଶିକ୍ଷୟତ୍ରୀ ଙ୍କୁ ଏତେ ଅନୁକମ୍ପା ଦିଆଯାଉଛି ।

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କିନ୍ତୁ, ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ ଯେଉଁ ଅଧିକାରୀ ଓ କର୍ମଚାରୀ ଏଭଳି ଦୁର୍ନୀତିରେ ଜଡିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଦରମା ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l ତେବେ ଦରମା ଟଙ୍କା ଲେଣଦେଣ ଅର୍ଥାତ ଡିଡ଼ିଓ କ୍ଷମତା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁଙ୍କୁ ଦିଆଯାଇଥିବା ବେଳେ ସେ ଜାଣିଶୁଣି କିଭଳି ଏତେ ଅନୁକମ୍ପା ଦେଇଛନ୍ତି ତାହା ବଡ଼ ପ୍ରଶ୍ନ ହୋଇଛି l

କମ୍ବିଂ ବେଳେ ୨ଟି ଲ୍ୟାଣ୍ଡ ମାଇନ ଠାବ, ନିଷ୍କ୍ରିୟ କଲେ ବିଏସଏଫ ଯବାନ

କମ୍ବିଂ ବେଳେ ୨ଟି ଲ୍ୟାଣ୍ଡ ମାଇନ ଠାବ, ନିଷ୍କ୍ରିୟ କଲେ ବିଏସଏଫ ଯବାନ


ଲମତାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ ଜଲାପୁଟ ସ୍ଥିତ ୬୫ ବାଟାଲିଆନ  ବିଏସଏପ  ପକ୍ଷରୁ  ୨ଟି  ଲ୍ୟାଣ୍ଡ ମାଇନ  ଠାବ  କରିବା ସହ  ନିଷ୍କ୍ରିୟ  କରାଯାଇଛି| ବିଏସଏଫ  ଯବାନମାନେ  ମାଛକୁଣ୍ଡ ଥାନା  ଅନ୍ତର୍ଗତ ପାଲମ  ଓ  ଦୋରାପୁଟ  ଜଙ୍ଗଲରେ  କମ୍ବିଂ  ଅପରେସନ  କରୁଥିଲେ  | ଠିକ  ସେହି ସମୟରେ  ବିଏସଏଫର  ସନ୍ଧାନୀ କୁକୁର ଦ୍ୱାରା  ଲ୍ୟାଣ୍ଡ ମାଇନ  ଠାବ  ହୋଇଥିଲା  | ପରେ  ବିଏସଏଫ ଦ୍ୱାରା ୨ଟି  ଲ୍ୟାଣ୍ଡ ମାଇନକୁ  ନିଷ୍କ୍ରିୟ  କାରାଯାଇଥିବା  ବିଏସଏଫ  ପକ୍ଷରୁ  ସୂଚନା  ମିଳିଛି |

ପାରାଦୀପରେ ଆଗେଇ ଚାଲିଛି ମାଙ୍କ ପାଇଁ ପ୍ରସ୍ତୁତି ୨ ବର୍ଷ ପରେ ଧୁମଧାମରେ ହେବ ଦଶହରା

ପାରାଦୀପରେ ଆଗେଇ ଚାଲିଛି ମାଙ୍କ ପାଇଁ ପ୍ରସ୍ତୁତି ୨ ବର୍ଷ ପରେ ଧୁମଧାମରେ ହେବ ଦଶହରା


ପାରାଦୀପ ୨୪/୦୯: ଚଳିତ ବର୍ଷ ବନ୍ଦର ନଗରୀ ପାରାଦୀପରେ ଦୂର୍ଗତି ନାଶିନୀ ମା ଦୁର୍ଗାଙ୍କର ପୂଜା ବଡ଼ ଧୂମଧାମରେ ପାଳିତ ହେବ। ମହାମାରୀ କରୋନା ଯୋଗୁଁ ଦୀର୍ଘ ଦୁଇବର୍ଷ ହୋଇଯିବ ଛୋଟ ମୂର୍ତ୍ତି ସହ ନିରାଡମ୍ବର ସହିତ ମା’ ଙ୍କର ପୂଜା ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୮ରୁ ୧୦ଟି ମେଢ଼ରେ ପୂଜା ପାଇବେ ଦୁର୍ଗତି ନାଶିନୀ ମା ଦୁର୍ଗା। ତେବେ ପାରାଦୀପର ସବୁଠାରୁ ପୁରୁଣା ବଣିକ ସଂଘ ବଡ଼ପଡିଆ ବଣିକ ସଂଘରେ ପୂଜା ପାଇଁ ମା’ଙ୍କ ମୁର୍ତ୍ତି ପ୍ରସ୍ତୁତି ଜୋରସୋର ଆଗେଇ ଚାଲିଛି। ସୁଉଚ୍ଚ ତୋରଣ କାମ ଚାଲିଥିବା ବେଳେ ମା ଦୁର୍ଗାଙ୍କର ମୂର୍ତ୍ତିର କାମ ମଧ୍ୟ ଆଗେଇ ଚାଲିଛି।

ତେବେ ମଣ୍ଡପରେ ୧୬ ଦିନବ୍ୟାପି ପୂଜାର ଆଜି ଅଷ୍ଟମ ଦିନର ପୂଜା ଚାଲିଥିବା ବେଳେ ବଣିକ ସଂଘର କର୍ମକର୍ତ୍ତାମାନେ ପୂଜାକୁ ନେଇ ବେଶ ଉତ୍ସାହିତ ଅଛିନ୍ତି। ଚଳିତ ବର୍ଷ ବାହାର ରାଜ୍ୟର କଳାକାରମାନେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିବାର ବନ୍ଦୋବସ୍ତ କରାଯାଇଥିବା ବେଳେ ପାଖାପାଖି ୧୫୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବଡପଡିଆ ବଣିକ ସଂଘର ସମ୍ପାଦକ ଦେବବ୍ରତ ସାହୁ କହିଛନ୍ତି।

ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ

ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ


ଶୁକ୍ରବାର ଅପରାହ୍ଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ (ଭଞ୍ଜବିହାର) ସମେତ ନିକଟବର୍ତ୍ତୀ ଅନ୍ତରବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ଖବର ଖେଳିଯାଇଥିଲା । ଏ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଓ ପାଖ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଅନ୍ତରବାଟିଆ ଗାଁରେ ରହୁଥିବା ସୁନିଲ ଦାସ ନିଜ ଘର ପଛପଟକୁ ହାତ ଧୋଇବା ପାଇଁ ଯାଇଥିବା ବେଳେ ଅଳ୍ପ ଦୂର ଜଙ୍ଗଲିଆ ଲଟା ବୁଦାରେ ବାଘ ଆକୃତିର ଜୀବକୁ ଦେଖି ଡରିଯାଇ ଦୌଡ଼ି ପଳାଇ ଆସିଥିଲେ ।

ଅନ୍ୟମାନଙ୍କୁ ସେ ଏ ସମ୍ପର୍କରେ ଜଣାଇବା ପରେ ଆଉ କିଛି ଲୋକ ମଧ୍ୟ ମେଳି ବାନ୍ଧି ଉକ୍ତ ଲଟାବୁଦା ଆଡ଼କୁ ଯିବା ସମୟରେ ତାହା ଭଞ୍ଜବିହାର ଆଡ଼କୁ ଚାଲି ଯାଇଥିଲା । ତୁରନ୍ତ ଗ୍ରାମବାସୀ କ୍ୟାମ୍ପସ୍‌ ସୁପର୍‌ଭାଇଜର ଡ. ମିହିର ତ୍ରିପାଠୀଙ୍କୁ ଅବଗତ କରାଇଥିଲେ । ଘଟଣା ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କ୍ୟାମ୍ପସ୍‌ରେ ରହୁଥିବା କର୍ମଚାରୀମାନଙ୍କୁ ଅବଗତ କରାଇବା ସହ ରାତିରେ ଚଳପ୍ରଚଳ ବେଳେ ସାବଧାନତା ଅବଲମ୍ୱନ କରିବାକୁ ସତର୍କ କରାଇ ଦିଆଯାଇଛି । ଘଟଣା ନେଇ ଗ୍ରାମବାସୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ ନାୟକଙ୍କୁ ଅବଗତ କରାଯାଇଥିଲା । ଡିଏଫ୍‌ଓଙ୍କ ପକ୍ଷରୁ ବନ ବିଭାଗ କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଯିବା ସହ ଅଞ୍ଚଳରେ ପାଟ୍ରୋଲିଂ ଜାରି ରଖାଯାଇଛି । ଡିଏଫ୍‌ଓ ନାୟକଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ଏହି ଅଞ୍ଚଳରେ ମହାବାଳ ବାଘ ନଥିବା ବେଳେ ହେଟା ବାଘ କିମ୍ୱା ଅନ୍ୟ କୌଣସି ପ୍ରଜାତିର ବନ୍ୟଜନ୍ତୁ ବୁଲୁଥାଇପାରେ । ଶୁକ୍ରବାର ରାତିରେ ବନ ବିଭାଗ ପକ୍ଷରୁ ଏକ ଟିମ୍‌ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ଓ ଆଖପାଖ ଜଙ୍ଗଲିଆ ଇଲାକାରେ ପାଟ୍ରୋଲିଂ କରିବା ସହ ଘଟଣା ଉପରେ ତୀକ୍ଷଣ ନଜର ରଖାଯିବ । କୌଣସି ବନ୍ୟଜନ୍ତୁ ଦେଖାଗଲେ ଏ ବାବଦରେ ସ୍ପଷ୍ଟ ଜଣାପଡ଼ିପାରେ ବୋଲି ଡିଏଫ୍‌ଓ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ବ୍ରହ୍ମପୁର ସହରର ଅନତି ଦୂର ଟାମଣା ଘାଟି ଅଞ୍ଚଳରେ ଏକ ବାଘ ସଦୃଶ ପ୍ରାଣୀ ବୁଲୁଥିବା ଭିଡିଓ ଭାଇରାଲ୍‌ ହେବା ସହ ସେହି ଅଞ୍ଚଳରେ ଉକ୍ତ ପ୍ରାଣୀର ପଦଚିହ୍ନ ଦେଖିବାକୁ ମିଳିଥିଲା । ବନବିଭାଗ ପକ୍ଷରୁ ବାଘ ଠାବ ଘଟଣାକୁ ଅସ୍ୱୀକାର କରାଯାଇଥିଲା । ଏବେ ସହର ଉପକଣ୍ଠ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ବାଘ ଭଳି ପଶୁ ବୁଲୁଥିବା କୁହାଯାଉଛି । ପୂର୍ବରୁ ମଧ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରକୁ ହାତୀ ପଲ ଚାଲି ଆସିଥିବା ନଜିର ରହିଛି ।

ତାମାଙ୍ଗି କୁମ୍ଭାରୀ ପଦର ଗାଁ ମୁଣ୍ଡ ପାହାଡ଼ରେ ଭୁସ୍ଖଳନ, ଗ୍ରାମବାସୀ ଆତଙ୍କିତ, ସ୍ଥିତି ପରଖିଲେ ଅତିରିକ୍ତ ତହସିଲଦାର

ତାମାଙ୍ଗି କୁମ୍ଭାରୀ ପଦର ଗାଁ ମୁଣ୍ଡ ପାହାଡ଼ରେ ଭୁସ୍ଖଳନ, ଗ୍ରାମବାସୀ ଆତଙ୍କିତ, ସ୍ଥିତି ପରଖିଲେ ଅତିରିକ୍ତ ତହସିଲଦାର


ଦାରିଙ୍ଗବାଡି, ୨୩/୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି କୁମ୍ଭୀର ପଦର ଗ୍ରାମକୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ହୋଇଛି । ଗ୍ରାମବାସୀ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ଭାବେଷ ମାଝୀ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ରଞ୍ଜିତ କୁମାର କହଁରଙ୍କ ସମେତ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଚଳିତ ଲଗାଣ ବର୍ଷାରେ ଗାଁ ମୁଣ୍ଡରେ ଋଷିମାଳ ପାହାଡ଼କୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ଦେଖାଦେଇଛି । ଗତ ବର୍ଷ ମଧ୍ୟ ସେହି ସମାନ ଜାଗାରେ ଭୁସ୍ଖଳନ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଆଜି ଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ନେଇ ଗ୍ରାମବାସୀ କହିଛନ୍ତି। ଏହି ବର୍ଷ ଅଧିକ ମାତ୍ରାରେ ଭୁସ୍ଖଳନ ହୋଇଛି । ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ପାହାଡ଼ ମୁଣ୍ଡରୁ ପ୍ରାୟ ଏକ କିମି ପାହାଡ଼ ଧସି ଯାଇ ଥିବାବେଳେ ଅଧ କିମି ରାସ୍ତା ବିଚ୍ଛିନ୍ନ ହୋଇଛି । ଯାହା ଫଳରେ ସେହି ରାସ୍ତା ଦେଇ କାଟିଙ୍ଗିଆ, ପଣସ ପଦର, ଗଞ୍ଜାମ ଜିଲ୍ଲାର ସଲିମା ଗୋଛାକୁ ଯାତାୟାତ ବନ୍ଦ ରହିଛି । ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ବିଚ୍ଛେଦ ହୋଇଛି । ସ୍ଥାନେ ସ୍ଥାନେ ପାହାଡ଼ରେ ଗର୍ତ ସୃଷ୍ଟି ହୋଇଛି। ତୁହାକୁ ତୁହା ବର୍ଷା ଲାଗି ରହୁଥିବାରୁ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି।

ଏଣୁ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ଥିବା ବେଳେ ପ୍ରଶାସନ ପଦକ୍ଷେପକୁ ଅନାଇ ବସିଛନ୍ତି । ତୁରନ୍ତ ପଦକ୍ଷେପ ନନେଲେ କେତେବେଳେ ଯେ ଏହି ଗ୍ରାମ ଭୂପୃଷ୍ଠରୁ ଲୀନ ହୋଇଯିବ ତାହା କହି ହେଉନି । କେବଳ ପାହାଡ଼ରେ ଭୁସ୍ଖଳନ ସୀମିତ ରହିନାହିଁ । ମେରାମା ଛକ ଠାରୁ ତାମାଙ୍ଗି ଯିବା ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ହେତୁ ଫୁଲବାଣୀରୁ ହତିମୁଣ୍ଡାକୁ ଯାତାୟାତ କରୁଥିବା ସରକାରୀ ବସ ଚଳାଚଳ ଗତ କିଛିଦିନ ହେଲା ବନ୍ଦ ରହିଥିବା ଜଣାପଡ଼ିଛି । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସମସ୍ତ ଗ୍ରାମବାସୀ ନିବେଦନ କରିଛନ୍ତି।

ବରପାଟ ଜଳ ନିଷ୍କାସନ ସମସ୍ୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ ସାମାଜିକ ସଙ୍ଗଠନ

ବରପାଟ ଜଳ ନିଷ୍କାସନ ସମସ୍ୟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଉତ୍କଳ ବିକାଶ ପରିଷଦ ସାମାଜିକ ସଙ୍ଗଠନ


ସାଲେପୁର ୨୩/୦୯: କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ତହସିଲ ଅଧୀନରେ ଥିବା ବାରାପାଟରେ ଥିବା ୨୦୦ ହେକ୍ଟରରୁ  ଅଧିକ ଚାଷଜମି ବହୁ ବର୍ଷ ହେବ ବର୍ଷାଦିନେ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଫସଲ ନଷ୍ଟ  ହୋଇଥାଏ। ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଚାଷ କରେ କିନ୍ତୁ ଅମଳ କରିପାରେ ନାହିଁ। ଚାଷୀ ଜଳକର ଦିଏ କିନ୍ତୁ ଜଳସେଚନ ସୁବିଧା ନ ଥିବାରୁ ଖରାଦିନେ ବାରାପାଟ ପଡ଼ିଆ ପଡେ। ଏହି ସମସ୍ୟା ପାଇଁ ଶେଷରେ  ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଚାଷୀମାନେ ପ୍ରଶାସନଠୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଗୁହାରି କରି କିଛି ସୁଫଳ ମିଳିନଥିଲା।

ଅନ୍ୟପଟେ ବାରାପାଟର ଜଳନିଷ୍କାସନ ପାଇଁ ଡ୍ରେନେଜେ ବିଭାଗ ପକ୍ଷରୁ ପ୍ରତିବର୍ଷ କୋଟିକୋଟି ଟଙ୍କା  ଖର୍ଚ୍ଚ କରିବା ନାଁରେ ଚଳୁ କରାଯାଉଛି ବୋଲି ଅଭିଯୋଗ କରାଯାଉଛି। ଫଳରେ ଏହି ଜ ନିଷ୍କାସନ ସମସ୍ୟ ଦେଖାଦେଇଛି। ସେପଟେ ଡ୍ରେନେଜେ ବିଭାଗର ପାରିବାପଣିଆ ଆଜି ପଦାରେ ପଡ଼ିଛି। ବାରାପାଟର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଟକସଦରର ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ