Select Page
ବସ୍‌ରୁ ଓହ୍ଲାଇବା ପରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ହ୍ରାଇଦ୍ରାବାଦ୍‌ରୁ ଫେରୁଥିଲେ…

ବସ୍‌ରୁ ଓହ୍ଲାଇବା ପରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ, ହ୍ରାଇଦ୍ରାବାଦ୍‌ରୁ ଫେରୁଥିଲେ…


ଧର୍ମଗଡ଼ ୨୩।୦୯ : ବସରୁ ଓହ୍ଲାଇବା ପରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବସ୍‌ଷ୍ଟାଣ୍ଡରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ହାଇଦ୍ରାବାଦ୍‌ରୁ ବସ୍‌ ଯୋଗେ ଦାଦନ ଶ୍ରମିକ ନିଜ ଘରକୁ ଫେରୁଥିଲେ ।

ଖବର ଅନୁଯାୟୀ,  ଜୁନାଗଡ଼ ବ୍ଲକ ଦାସିଗା ତାଳପଦର ଜଳନ୍ଧର ନିଆଲ ସେ ଗତ ଦେଢ଼ ମାସ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ସହିତ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ l ଗୁରୁବାର ସଂଗୀତା ନାମକ ଏକ ଯାତ୍ରୀବାହୀ ବସରେ ଘରକୁ ଫେରୁଥିଲେ । ହେଲେ ବସଟି ସିନାପାଲି ଯାଉଥିବା ବେଳେ ଆମପାଣି ବସଷ୍ଟାଣ୍ଡରେ ତାଙ୍କୁ ଓହ୍ଲାଇ ଦେଇଥିଲେ l ହଠାତ୍‌ ସେଠାରେ ଓହ୍ଲାଇବା ପରେ ତାଙ୍କୁ ମୃତ୍ୟୁ ହୋଇଛି । ମୃତଦେହଟି ବସ୍‌ଷ୍ଟାଣ୍ଡରେ ପଡିରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ରାଜ୍ଯ ଉଚ୍ଚଶିକ୍ଷା ମନ୍ତ୍ରୀ : ମହାବିଦ୍ୟାଳୟ ନିର୍ବାଚନ ପ୍ରସଙ୍ଗରେ  ତର୍ଜମା ପରେ ନିଆଯିବ

ରାଜ୍ଯ ଉଚ୍ଚଶିକ୍ଷା ମନ୍ତ୍ରୀ : ମହାବିଦ୍ୟାଳୟ ନିର୍ବାଚନ ପ୍ରସଙ୍ଗରେ ତର୍ଜମା ପରେ ନିଆଯିବ


ଖୋର୍ଦ୍ଧା ୨୨/୦୯: ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଗତ ୨ ବର୍ଷ ହେଲା ବନ୍ଦ ରହିଛି।  ଏନେଇ ତର୍ଜମା ପରେ କଲେଜମାନଙ୍କରେ ନିର୍ବାଚନ ହେବକି ନାହିଁ ନିଷ୍ପତ୍ତି ନଆଯିବ। ଗୁରୁବାର ଖୋର୍ଦ୍ଧା ଜିଲ୍ଲା କାଇପଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ୩ ଦିନିଆ  ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା (ଏନଏସଏସ) ଶିବିର ଉଦଘାଟନ ଅବସରରେ ମୁଖ୍ଯ ଅତିଥି ରୂପେ ଯୋଗଦେଇ ଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା ବେଳେ ସେ ଏପରି କହିଛନ୍ତି। ସେ କହିଛନ୍ତି  କୋଭିଡକୁ ନେଇ ନିର୍ବାଚନ ବନ୍ଦ ଥିଲା। ନିର୍ବାଚନ ହେବ କି ନାହିଁ ସବିଶେଷ ତର୍ଜମା ଓ ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯିବ।

ବାଃରେ ପ୍ରଶାସନ ! ଗୋଟିଏ ପୋଖରୀକୁ ଦୁଇଟି ନାମ ଦେଇ ମନରେଗା ଯୋଜନାରେ ଟଙ୍କା ହରିଲୁଟ୍‌ ଅଭିଯୋଗ

ବାଃରେ ପ୍ରଶାସନ ! ଗୋଟିଏ ପୋଖରୀକୁ ଦୁଇଟି ନାମ ଦେଇ ମନରେଗା ଯୋଜନାରେ ଟଙ୍କା ହରିଲୁଟ୍‌ ଅଭିଯୋଗ


ପୁରୁଷୋତ୍ତମପୁର: ଦୁର୍ନୀତିଖୋର ଯନ୍ତ୍ରୀ ଓ ଠିକାଦାରଙ୍କ ଏଟିଏମ ସାଜିଛି ଆର୍ଥିକ ଅନଗ୍ରସର ଲୋକଙ୍କୁ ରୋଜଗାର ଯୋଗାଉଥିବା ସରକର ଙ୍କ ମନେରେଗା ଯୋଜନା l ଏହି ଯୋଜନା ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ପାଇକଯମୁନା ପଞ୍ଚାୟତର ଲୋକଙ୍କୁ ରୋଜଗାର ଦେବା ବଦଳେ ବାହୁବଳୀ ଠିକାଦାର ଓ ଦୁର୍ନୀତିଖୋର ଯନ୍ତ୍ରୀଙ୍କୁ ସରକାରୀ ଟଙ୍କା ଚଳୁ କରିବାର ଦେଇଛି ନୂଆ ବାଟ। ଫଳକର ନାମ ବଦଳେଇ ଟଙ୍କା ହଡପ କରିବାକୁ ପଛାଉ ନାହାନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ।

ସୂଚନା ଅନୁଯାୟୀ,  ପଞ୍ଚାୟତର ବଣପଲ୍ଲୀ ନିକଟ ଗୁଡି଼ବନ୍ଧର ପୁନଃରୁଦ୍ଧାର ଓ ଉନ୍ନତି କରଣ ଲାଗି ୨୦୧୭ ଆର୍ଥିକ ବର୍ଷରେ ମନେରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ବିଲ ହୋଇଥିଲା। ତେବେ ଏହାର କିଛିବର୍ଷ ନବିତୁଣୁ ପୁଣି ଚଳିତ ଆର୍ଥିକ ବର୍ଷରେ ଏହି ପୋଖରୀର ନାମ ପରିବର୍ତ୍ତନ କରି ମନେରେଗାରେ ଅମୃତ ସରୋବର ଯୋଜନା କରାଯାଇ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ମିଳିଛିl ତେବେ ଏହି ପୋଖରୀରେ କୌଣସି କାର୍ଯ୍ୟ ନକରାଯାଇ ତାର ବାରମ୍ବାର ନାମ ପରିବର୍ତ୍ତନ କରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସରକାରୀ ଟଙ୍କା ଚଳୁ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ l

ଏହି ଅମୃତ ସରୋବର ଯୋଜନାଟିର ଗତ ଜୁଲାଇ ମାସରେ ବ୍ଲକ ଅଧ୍ୟକ୍ଷା ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଶୁଭ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଯୋଜନା ବାବଦକୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇସାରିଛି l ଆଶ୍ଚର୍ଯ୍ୟର ବିଷୟ ଭିତ୍ତିପ୍ରସ୍ତରରେ ରହିଥିବା ସୂଚନାରେ ଯୋଜନାର ଅଟକଳ ମୂଲ୍ୟ ଛଡା ଅନ୍ୟ କୌଣସି ବିଷୟ ଲେଖାଯାଇନାହିଁ l ତେବେ ଏଠି ପ୍ରଶ୍ନ ଉଠୁଛି  ଆର୍ଥିକ ବର୍ଷ ସହିତ କାର୍ଯ୍ୟ ସମ୍ବନ୍ଧରେ କୌଣସି ସୂଚନା ନଥିବା ଫଳକ ଅଧକ୍ଷା ଉଦଘାଟନ କଲେ କିପରି ? କାହିଁକି ଲୋକଙ୍କୁ ଭୁଆଁ ବୁଲାଇବାକୁ ଏମିତି ପ୍ରୟାସ କରିଛି ବ୍ଲକ ପ୍ରଶାସନ ? ଏହି ଦୁର୍ନୀତି ପଛରେ ବ୍ଲକ ପ୍ରଶାସନ ର ମଧ୍ୟ ରହିଛିକି ହାତ? ତେବେ ଏହି ଯୋଜନା ହରିଲୁଟ ପଛରେ ପଞ୍ଚାୟତ ର ଯନ୍ତ୍ରୀ ଙ୍କ ସମେତ ଠିକାଦାର ସମ୍ପୃକ୍ତ ଥିବା ଆଲୋଚନା ହେଉଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।

ଶାଳବଣି ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ସୁଝି ନପାରି ଆତ୍ମହତ୍ୟା କରିଥିବା ସନ୍ଦେହ

ଶାଳବଣି ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର, ଋଣ ସୁଝି ନପାରି ଆତ୍ମହତ୍ୟା କରିଥିବା ସନ୍ଦେହ


ଆଠଗଡ଼, ୨୨/୦୯: ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଶାଳବଣି ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଯୁବକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତକ ଜଣଙ୍କ ନୂଆପାଟଣା ମୁଣ୍ଡିଆ ସାହିର ଅଜୟ କୁମାର ଗୋଛି (୩୫) ବୋଲି ସୂଚନା ମିଳିଛି । ସେ ଋଣଭାରରେ ବୁଡ଼ି ରହିଥିଲେ ଏବଂ ବାରମ୍ବାର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ପାରିବାର ଲୋକେ ପୋଲିସକୁ ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ତିନି ଗିରଫ

କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ତିନି ଗିରଫ


ଉଦଳା ୨୨।୦୯ : କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ଏହାସହିତ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୩ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ମରେଈଗାଁର ମୁରଲୀ ପାତ୍ର, ବାବୁ ସିଂ ଏବଂ କାକବୁରେଇ ଗ୍ରାମର ମହେଶ୍ୱର ହାତୀ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଚୋରା କାଠ ଚାଲାଣ ହେଉଥିବା ନେଇ ଖବର ପାଇବା ପରେ ଗୁରୁବାର ଭୋର ସମୟରେ ଉଦଳା ବନ ବିଭାଗ କର୍ମଚାରୀ ଅମ୍ବିକାଦେଇପୁର ଅଞ୍ଚଳରେ ଚଢ଼ାଉ କରିଥିଲେ। ଏହି ସମୟରେ ବାଲେଶ୍ୱର ଜିଲ୍ଲାକୁ କାଠ ଚୋରା ଚାଲାଣ ହେଉଥିବା ଏକ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଥିଲେ। ଏହାସହିତ ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ତେବେ ଜବତ କାଠର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ କହିଛି।

ଯୁବକଙ୍କୁ ତହସିଲ୍‌ଦାର୍‌ଙ୍କ ଦୁର୍ବ୍ୟବହାର ଅଭିଯୋଗ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ଯୁବକଙ୍କୁ ତହସିଲ୍‌ଦାର୍‌ଙ୍କ ଦୁର୍ବ୍ୟବହାର ଅଭିଯୋଗ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ


ଆନନ୍ଦପୁର ୨୧/୦୯: ତହସିଲଦାରଙ୍କ ଦୁର୍ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ। ଏପରି ଘଟଣା ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ଦେଖିବାକୁ ମିଳଛି। ସୂଚନାଥାଉକି, ମଙ୍ଗଳବାର ୨ଟି ବେଆଇନ ବାଲି ବୋଝେଇ ହାଇୱା ଜବତ ଜବତ ହୋଇ ଅଫିସ୍‌  ଆଗରେ ରହିଥିଲା।

ଖବର ଅନୁସାରେ, ସେହି ତହସିଲ କାର୍ଯ୍ୟାଳୟ ପାଖରେ ମନୋଜ ରଣାଙ୍କ ଘର। ମନୋଜ ମଙ୍ଗଳବାର ରାତିରେ ଜବତ ହୋଇଥିବା ହାଇୱା ପାଖରେ ଛିଡ଼ା ହୋଇ ତାର ଭିଡିଓ ରେକର୍ଡିଂ କରୁଥିଲେ। ଏତିକି ବେଳେ ତହସିଲଦାର କାହିଁକି ଫୋଟୋ ଉଠାଉଚ କହି ଖରାପ ଭାଷାରେ ମନୋଜଙ୍କୁ ଗାଳିଗୁଲଜ କରିଥିଲେ। ପରେ ଅତିରିକ୍ତ ତହସିଲଦାର ଆସି ମନୋଜଙ୍କୁ କାର୍ଯ୍ୟାଳୟ ଭିତରକୁ ଟାଣିନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଆଜି ୫୩ ନମ୍ୱର ରାଜ୍ୟ ରାଜପଥର ହାଟଡ଼ିହି ଡାକ୍ତରଖାନା ଛକ ପାଖରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ତହସିଲଦାର ଓ ଅତିରିକ୍ତ ତହସିଲଦାର ମନୋଜଙ୍କୁ ଋଭୁଲ୍ ମାଗିବାକୁ ସେମାନେ ଦାବି କରୁଥିବା ବେଳେ ନନ୍ଦିପଦା ପୋଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା ରଖିଛି। ଅନ୍ୟପଟେ ତହସିଲଦାର ଓ ଅତିରିକ୍ତ ତହସିଲଦାର ତହସିଲ କାର୍ଯ୍ୟାଳୟରେ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ପଲିଥିନ୍‌ ତଳେ ଅସୁସ୍ଥ ଅବସ୍ଥାରେ ଥିଲେ ବୃଦ୍ଧ, ଆମ୍ୱୁଲାନ୍ସ ଡକାଇ ଡାକ୍ତରଖାନା ପଠାଇଲେ ବିଡିଓ

ପଲିଥିନ୍‌ ତଳେ ଅସୁସ୍ଥ ଅବସ୍ଥାରେ ଥିଲେ ବୃଦ୍ଧ, ଆମ୍ୱୁଲାନ୍ସ ଡକାଇ ଡାକ୍ତରଖାନା ପଠାଇଲେ ବିଡିଓ


ବିନିକା, ୨୧/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦାନିପାଲି ଛକଠାରେ ଥିବା ଏକ ଗଛ ତଳେ ଦୀର୍ଘଦିନ ହେବ ଆଶ୍ରୟ ନେଇଥିବା ଜଣେ ଅସହାୟ ବୃଦ୍ଧଙ୍କୁ ବିନିକା ବିଡିଓ ବ୍ୟାସଦେବ ବେହେରା ଉଦ୍ଧାର କରିଛନ୍ତି । ବିଡିଓ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୀର୍ଘ ଦିନ ହେବ ରାସ୍ତା କଡ଼ର ଏକ ଗଛ ତଳେ ପଲିଥିନ ପକାଇ ରହୁଥିଲେ l ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଖାଦ୍ୟ ଦେବା ସାଙ୍ଗକୁ ନିକଟରେ ଥିବା ଦାନିପାଲି ଗ୍ରାମବାସୀ ମଧ୍ୟ ତାଙ୍କୁ ଖାଦ୍ୟ ଦେଇଥାନ୍ତି l ଧିରେ ଧୀରେ ବୃଦ୍ଧ ଜଣକ ଅସୁସ୍ଥ ହେବା ସହ ଯାତାୟତ ଆଦୌ ନକରିବାରୁ ଦୁର୍ବଳ ହୋଇ ଯାଇଥିଲେ l

ବିନିକା ବିଡିଓ ନିଜ କର୍ଯ୍ୟାଳୟରେ ଥିବା ସମୟରେ ଖବର ପାଇ ହଠାତ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ସହ ଆଲୋଚନା କରିଥିଲେ l ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବିନିକା ଡାକ୍ତରଖାନାକୁ ପହଞ୍ଚାଇଛନ୍ତି l ବୃଦ୍ଧଙ୍କର ନାମ କଣ, କେଉଁ ସ୍ଥାନରୁ ଆସିଛନ୍ତି, ଘର କେଉଁଠି, ପରିବାର ଅଛନ୍ତି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ l ଆବଶ୍ୟକ ସ୍ଥଳେ ତାଙ୍କର ଉତ୍ତମ ଚିକିତ୍ସାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

କନ୍ଧମାଳରୁ ବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ଅବକାରୀ ବିଭାଗ

କନ୍ଧମାଳରୁ ବଙ୍ଗକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ଅବକାରୀ ବିଭାଗ


ବ୍ରହ୍ମପୁର୨୧/୦୯: ପାର୍ବଣରେ ବେଶ ସକ୍ରିୟ ହୋଇପଡିଛି ଅବକାରୀ ବିଭାଗ । ନିଶା ମାଫିଆଙ୍କୁ ଚେକ୍ ଦେବାକୁ ସବୁ ପ୍ରକାରର ଉଦ୍ୟ ଚଳାଇଛି ବିଭାଗ । ଏହି ପରିପ୍ରେକ୍ଷୀରେ ଅବକାରୀ ଗୁଇନ୍ଦା ବିଭାଗର ପୁଣି ଚଢାଉ କରାଯାଇଛି । ତେବେ ଏହି ଚଢାଉରେ ୧୨୦ କିଲୋ ଗଞ୍ଜେଇ ଜବତ ହୋଇଛି ।

କନ୍ଧମାଳରୁ ପଶ୍ଚିମବଙ୍ଗକୁ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଜଗନ୍ନାଥପ୍ରସାଦ ଗୋଚ୍ଛାବାଡି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ କରିଥିଲା ଚଢାଉ । ଫଳରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ କାର୍ ମଧ୍ୟ ଜବତ କରାଯାଇଛି ।

ପ୍ରେମିକ ସାଜିଲା ବଇରି: ୯ ମାସର ଗର୍ଭବତୀ ପ୍ରେମିକାକୁ ବିବାହ କରିବାକୁ ନାରାଜ, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ପ୍ରେମିକ ସାଜିଲା ବଇରି: ୯ ମାସର ଗର୍ଭବତୀ ପ୍ରେମିକାକୁ ବିବାହ କରିବାକୁ ନାରାଜ, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର


ବଲାଙ୍ଗୀର ୨୦/୦୯: ପ୍ରଥମେ ପ୍ରେମ ସମ୍ପର୍କ ଆଉ ପରେ ପ୍ରତାରଣା l ନଅ ମାସର ଗର୍ଭବତୀ ଯୁବତୀ ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛି। ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ପିପଲପଦର ଗାଁରେ ଦେଖିବାକୁ ମିଳିଛି। ଗାଁର ବୃନ୍ଦାବନ ଛତ୍ରିଆଙ୍କ ଝିଅ ସେହି ଗାଁର ସୁମନ୍ତ ଭୋଇ ପରସ୍ପରକୁ ଦୀର୍ଘ ଛଅ ବର୍ଷ ହେଲା ଭଲ ପାଉଥିଲେ । ହେଲେ ଶେଷରେ ପ୍ରେମିକ ସୁମନ୍ତ ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରତାରଣା କରୁଛି। ପ୍ରେମିକା ଏନେଇ ଥାନାର ଦ୍ୱାରସ୍ଥ ହେବା ପରେ ମୋର କେହି କିଛି କରିପାରିବେନି ବୋଲି ପ୍ରେମିକ ଫୋନରେ କହିଛି।

ଖବର ଅନୁସାରେ, ବଲାଙ୍ଗୀର ଜିଲ୍ଳା ଦେଓଗାଁ ବ୍ଲକ ପିପଲପଦର ଗାଁର ସୁମନ୍ତ ଭୋଇ ନାମକ  ଯୁବକ ସେହି ଗାଁର ଜଣେ  ଯୁବତୀ ଙ୍କ ସହ  ପ୍ରେମ ସମ୍ପର୍କ ରଖିଥିଲେ। ଦୁଇ ଜଣଙ୍କ ଘର ଗୋଟିଏ ଗାଁର ହୋଇଥିବାରୁ ନିର୍ଦ୍ୱନ୍ଦରେ ସେମାନେ ପରସ୍ପର ସହ ମିଶୁଥିଲେ। ଏପରିକି ଉଭୟଙ୍କ ପରିବାର ସଦସ୍ୟ ତାଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ। ବାରମ୍ବାର ମିଳାମିଶା ଯୋଗୁଁ ପୂର୍ବରୁ ଯୁବତୀ ଜଣକ ଦୁଇଥର ଗର୍ଭବତୀ ହୋଇଥିଲେ। କିନ୍ତୁ ବିବାହ ହୋଇ ନଥିବାରୁ ଗର୍ଭ ନଷ୍ଟ କରି ଦିଆଯାଇଥିଲା। ଏବେ ପୁଣି ୯ ମାସର ଗର୍ଭବତୀ। ପେଟରେ ଛୁଆ ବଢୁଛି। ମାତ୍ର ଛୁଆ ବାପାର ପରିଚୟ ପାଇଁ ବାରଦୁଆର ଶୁଣ୍ଢି ପିଟା ହେଉଛି ନଅ ମାସର ଗର୍ଭବତୀ କୁଆଁରି ମାତୃତ୍ୱ।

ପୀଡ଼ୀତା ଜଣଙ୍କ  ନିଜ ଗଭସ୍ଥ ଶିଶୁକୁ ବାପାର ପରିଚୟ ପାଇଁ ଦାବିକରୁଥିବା ବେଳେ ଏବେ କିନ୍ତୁ ସୁମନ୍ତ ଭୋଇ ବିବାହ କିମ୍ବା ଯୁବତୀକୁ ରଖିବାକୁ ମନା କରୁଛି। ନ୍ୟାୟ ପାଇଁ ଯୁବତୀ ଜଣକ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଯୁବକଙ୍କୁ ଗିରଫ କରିବା ବଦଳରେ ସମ୍ପୃକ୍ତା ଯୁବତୀଙ୍କୁ ୱାନ୍‌ ଷ୍ଟପ୍‌ ସଖି ସେଣ୍ଟରରେ ଛାଡ଼ି ଦେଇଥିଲେ। ଯୁବତୀ ଜଣକ ସଖୀ ସେଣ୍ଟରରେ କିଛି ଦିନ ରହିବା ପରେ ଏବେ ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେପଟେ ଥାନାରେ ଅଭିଯୋଗ ହୋଇଥିଲେ ବି ବେଫିକର ହୋଇ ପ୍ରେମିକ ସୁମନ୍ତ ଭୋଇ ବୁଲୁଛି। ଏନେଇ ଯୁବତୀ ଜଣକ କୋର୍ଟରେ ବିବାହ କରିବାକୁ  ପ୍ରସ୍ତାବ ଦେଇଥିଲେ ମଧ୍ୟ ସୁମନ୍ତ ମନା କରିବା ସହିତ ଥାନାରେ ଅଭିଯୋଗ କଲେ କି କାହାକୁ ଜଣାଇଲେ ମଧ୍ୟ  ତାର କିଛି  ଫରକ ପଡିବ ନାହିଁ ବୋଲି କହିଛି। ସେ ଆହୁରି କହିଛି ମୁଁ ଜେଲ ଗଲେ ମଧ୍ୟ ଟଙ୍କା ଖର୍ଚ୍ଚ କରି ବାହାରି ଯିବି, ଫସିବୁ ତୁ,  ଲୋକ ତୋତେ ଟାହିଟାପରା କରିବେ। ମୋର କିଛି ହେବନାହିଁ।

ତୁରୁମୁଙ୍ଗା-ବୈତରଣୀ ପୋଲ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତ ଗିରଫ

ତୁରୁମୁଙ୍ଗା-ବୈତରଣୀ ପୋଲ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତ ଗିରଫ


ପାଟଣା ୨୦/୦୯: କେନ୍ଦୁଝର ମୟୁରଭଞ୍ଜ ସୀମାନ୍ତ ତୁରୁମୁଙ୍ଗା ବୈତରଣୀ ପୋଲରେ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ। ତୁରୁମୁଙ୍ଗା ପୋଲିସ  ଅଭିଯୁକ୍ତ ମାନଙ୍କୁ ଗିରପ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁଟକ୍ତଙ୍କ ପରିଚୟ ମୟୁରଭଞ୍ଜ ଘାଗରବେଡା ଥାନା ଅଞ୍ଚଳର ବିକାଶ ମହାକୁଡ଼, ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗାଁର ମାଧବାନନ୍ଦ ନାଏକ ଏବଂ ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗାଁରେ ଭଡ଼ାରେ ରହୁଥିବା ରରୁଆଁ ଥାନା ଅଞ୍ଚଳର ଚନ୍ଦ୍ରଶେଖର ପାତ୍ର ବୋଲି ଜଣାପଡ଼ିଛି।

ଖବର ଅନୁସାରେ, ଚଳିତମାସ  ୧୨ତାରିଖ ସୋମବାର ଏହି ଗୁଳିକାଣ୍ଡ ହୋଇଥିଲା। ଏଥିରେ ମୃତ୍ୟୁଞ୍ଜୟ ବେହେରା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତକ ଝାଡ଼ଖଣ୍ଡ ଛଣପଦାର ବାସିନ୍ଦା ବୋଲି କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି। ଦୁଇ ଡ଼କାୟତ ଦଳ ମଧ୍ୟରେ ପତିହାରା ଜାହିର ପାଇଁ ଏହି ଗୁଳିକାଣ୍ଡ ହୋଇଥିଲା ବୋଲି କୁହାଯାଇଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ମୟୁରଭଞ୍ଜ ଘାଗରବେଡା ଥାନାର ବିକାଶ ମହାକୁଡ଼, ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗାଁର ମାଧବାନନ୍ଦ ନାଏକ ଏବଂ ତୁରୁମୁଙ୍ଗା ଥାନା ନିହ୍ନୁଆଁ ଗାଁରେ ଭଡ଼ାରେ ରହୁଥିବା ରରୁଆଁ ଥାନାର ଚନ୍ଦ୍ରଶେଖର ପାତ୍ର ବୋଲି ଜଣାପ଼ଡ଼ିଛି।